ବାତ୍ୟା ‘ୟାସ୍’ ଆସୁଛି । ଆସନ୍ତାକାଲି ସକାଳେ ସାମୁଦ୍ରିକ ଝଡ଼ ବା ବାତ୍ୟାରେ ପରିଣତ ହେବ ‘ୟାସ୍’ ।

496

କନକ ବ୍ୟୁରୋ: ଆସୁଛି ବାତ୍ୟା ‘ୟାସ୍’ । ପାଣିପାଗ ବିଭାଗ ଜାରି କରିଥିବା ତାଜା ବୁଲେଟିନ୍ ଅନୁସାରେ ଏହା ପ୍ରପାଟ ପ୍ରଲେୟାର (ଆଣ୍ଡାମାନ ଦ୍ୱୀପପୁଞ୍ଜ) ଠାରୁ ଉତ୍ତର-ଉତ୍ତର-ପଶ୍ଚିମ ଦିଗରେ ପ୍ରାୟ ୫୬୦ କିଲୋମିଟର, ପାରାଦୀପ ଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୫୯୦ କିଲୋମିଟର, ବାଲେଶ୍ୱର ଠାରୁ ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ ୬୯୦ କିଲୋମିଟର ଏବଂ ଦିଗା (ପଶ୍ଚିମବଙ୍ଗ) ଠାରୁ ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ ୬୭୦ କିଲୋମିଟର ଦୂରରେ ରହିଛି ।

ତେବେ ଏହା ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରି, ୨୪ ତାରିଖ ସକାଳେ ଶକ୍ତିଶାଳୀ ହୋଇ ଏକ ସାମୁଦ୍ରିକ ଝଡ ବା ବାତ୍ୟାରେ ପରିଣତ ହେବା ସହ ପରବର୍ତ୍ତୀ ୨୪ ଘଣ୍ଟାରେ ଆହୁରି ଘନୀଭୂତ ହୋଇ ଅତିତୀବ୍ର ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି । ଏହା ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରିବା ସହ ଘନୀଭୂତ ହୋଇ ଏବଂ ୨୬ ତାରିଖ ସକାଳେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରର ପଶ୍ଚିମବଙ୍ଗ ଏବଂ ଉତ୍ତର ଓଡ଼ିଶା ଉପକୂଳ ପାଖାପାଖି ପହଁଚିବା ସମ୍ଭାବନା ରହିଛି । ଏହା ଅତି ତୀବ୍ର ବାତ୍ୟା ଭାବେ ୨୬ ତାରିଖ ସନ୍ଧ୍ୟା ସୁଦ୍ଧା ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳକୁ ପାରାଦୀପ ଏବଂ ସାଗର ଦ୍ୱୀପପୁଞ୍ଜ ମଧ୍ୟରେ ଅତିକ୍ରମ କରିବାର ସମ୍ଭାବନା ରହିଛି ।