କନକ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଡିପ୍ରେସନରେ ପରିଣତ ହୋଇ ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି । ଏବେ ଏହା ପାରାଦୀପଠାରୁ ୮୯୦ କିଲୋମିଟର ଦକ୍ଷିଣ-ପୂର୍ବ ଦିଗରେ ରହିଛି । ଆସନ୍ତା ୧୨ ଘଣ୍ଟାରେ ଏହା ଡିପ ଡିପ୍ରେସନରେ ପରିଣତ ହେବ ଓ ପରବର୍ତ୍ତି ୨୪ ଘଣ୍ଟାରେ ଅର୍ଥାତ ୭ ତାରିଖ ସୁଦ୍ଧା ଏହା ଏକ ସିଭିୟର ସାଇକ୍ଲୋନିକ ଷ୍ଟର୍ମ ବା ଭୀଷଣ ସାମୁଦ୍ରିକ ବାତ୍ୟାରେ ପରିଣତ ହେବାର ସମ୍ଭାବନା ବ୍ୟକ୍ତ କରିଛି ଭାରତୀୟ ପାଣିପାଗ ବିଭାଗ ।
/kanak/media/post_attachments/wp-content/uploads/2019/11/sfgsd-1.jpg)