ଶ୍ରୀକ୍ଷେତ୍ରରେ ‘ବୁଲବୁଲ’ର ପ୍ରଭାବ: ବାତ୍ୟା ପବନରେ ଚିରିଲା ପତିତପାବନ ବାନା

Advertisment
ଶ୍ରୀକ୍ଷେତ୍ରରେ ‘ବୁଲବୁଲ’ର ପ୍ରଭାବ: ବାତ୍ୟା ପବନରେ ଚିରିଲା ପତିତପାବନ ବାନା

କନକ ବ୍ୟୁରୋ: ପୁରୀ ଜିଲ୍ଲାରେ ଅନୁଭୂତ ହୋଇଥିଲା ବୁଲବୁଲର ପ୍ରଭାବ । ଆଉ ଲଗାଣ ବର୍ଷା ଏହାର ଆଗମନର ବାର୍ତ୍ତା ଦେଇଥିଲା। ଶୁକ୍ରବାର ରାତିରୁ ବି ପବନର ବେଗ ବଢ଼ିଥିଲା। ଗତକାଲି ସକାଳୁ ପାଗ ସ୍ବାଭାବିକ ହୋଇଥିଲେ ବି ଶୁକ୍ରବାର ହୋଇଥିବା ପବନ ମାଡ଼ରେ ଶ୍ରୀମନ୍ଦିରର ପତିତପାବନ ବାନା ସମ୍ମୁଖ ଭାଗରୁ ଚିରି ଯାଇଥିବା ଦେଖିବାକୁ ମିଳିଥିଲା। ତେବେ ଗତକାଲି ଅପରାହ୍ଣରେ ଏହାକୁ ବଦଳାଇ ନୂଆ ବାନା ଲଗାଯାଇଛି।

publive-image

ଏପଟେ ବାତ୍ୟା ପାରାଦୀପରୁ ୯୫ କିଲୋମିଟର ଦୂରରେ ଓଡିଶାକୁ ଅତିକ୍ରମ କରିଥିବା ବେଳେ ଏହାର ପ୍ରଭାବରେ ପ୍ରବଳ ବର୍ଷା ସହ ୧୧୦ କିଲୋମିଟର ବେଗରେ ପବନ ବୋହିଛି । ଅନେକ ସ୍ଥାନରେ ବଡ ବଡ ଗଛ, ବିଜୁଳି ଖୁଂଟ ଉପୁଡିପଡିଛି । କିଛି ସ୍ଥାନରେ କଚା ଘର ବି ଭାଂଗିଯାଇଛି । ବାତ୍ୟା ବୁଲବୁଲ ପ୍ରଭାବରେ କେନ୍ଦ୍ରାପଡ଼ା ରାଜକନିକା ଅଂଚଳରେ ହୋଇଛି ବ୍ୟାପକ କ୍ଷୟକ୍ଷତି । ବାଲିସାହି ଗାଁରେ ଉପୁଡିପଡ଼ିଛି ବଡ଼ ବଡ଼ ଗଛ । ପ୍ରବଳ ବେଗରେ ପବନ ବୋହିବାରୁ ବଡ଼ ବଡ଼ ଗଛ ଘର ଉପରେ ମଧ୍ୟ ପଡ଼ିିଛି । ଯେଉଁଥି ପାଇଁ କିଛି ଘର ଭାଙ୍ଗିଥିବା ନେଇ ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ବାଲିସାହି ଗାଁର ରାସ୍ତାରେ ଗଛ ପଡ଼ି ରହିବା କାରଣରୁ ଯିବା ଆସିବାରେ ମଧ୍ୟ ସମସ୍ୟା ସୃଷ୍ଟି ହୋଇଛି । କିଛି ସ୍ଥାନରେ ବିଜୁଳି ଖୁଂଟ ମଧ୍ୟ ଉପୁଡି ପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe