ବାତ୍ୟା ଓଡିଶା ପାଖ ଦେଇ ଗଲାବେଳେ ୮୦ରୁ ୯୦ କିମି ବେଗରେ ବହିବ ପବନ । ୮ରୁ ଆରମ୍ଭ ହୋଇଯିବ ବର୍ଷା । ୭ ଜିଲ୍ଲାକୁ ପ୍ରବଳ ବର୍ଷା ଚେତାବନୀ

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଭିଡିଓ କନଫରେନ୍ସି ମାଧ୍ୟମରେ ଓଡିଶା, ପଶ୍ଚିମବଙ୍ଗ ଓ ଆଣ୍ଡାମାନ ନିକୋବର ଅଧିକାରୀଙ୍କ ସହ ସମୀକ୍ଷା; ଉପକୂଳ ଅଂଚଳରୁ କରାଯାଇପାରେ ସ୍ଥାନାନ୍ତର

18,023

କନକ ବ୍ୟୁରୋ: ବାତ୍ୟା ଓଡିଶା ପାଖ ଦେଇ ଗଲାବେଳେ ପବନର ବେଗ ୮୦-୯୦ କିମି ରହିବ । ବାତ୍ୟା ବୁଲବୁଲ ଓଡିଶା ପାଖ ଦେଇ ପଶ୍ଚିମବଂଗ ଗଲା ବେଳେ ଓଡିଶାରେ ବର୍ଷା ଆରମ୍ଭ ହୋଇଯିବ । ୮, ୯ ଓ ୧୦ ତାରିଖରେ ଅଧିକ ବର୍ଷା ହେବ । ଜଗତସିଂହପୁର, କଟକ, ପୁରୀ, କେନ୍ଦ୍ରାପଡା, ବାଲେଶ୍ୱର, ଯାଜପୁର, ମୟୁରଭଞ୍ଜ ଜିଲ୍ଲାରେ ବର୍ଷା ଚେତାବନୀ ଦିଆଯାଇଛି । ଏନଡିଆରଏଫ ଓ ଓଡ୍ରାଫ ଟିମକୁ ଏହିସବୁ ଜିଲ୍ଲା ପାଇଁ ସଜାଗ ରଖା ଯାଇଛି ।

ସମୁଦ୍ର ଭିତରକୁ ୧୯ ହଜାର ୬୫୩ ଟି ଡଙ୍ଗା ଯାଇଥିଲା ସେଥିରୁ ୧୯ ହଜାର ୬୪୧ ଟି ବୋଟ ଫେରିଆସିଛି । ବାତ୍ୟାର ବେଗ ବଢୁଛି କଚାଘର ଓ ବିଦ୍ୟୁତ ଖୁଂଟି ଉପରେ ନଜର ରଖାଯାଇଛି । ୧୦ରେ ପବନର ପ୍ରଭାବ କମିବ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଭିଡିଓ କନଫରେନ୍ସି ମାଧ୍ୟମରେ ମୁକାବିଲା ନେଇ ସମୀକ୍ଷା କରାଯାଉଛି । ଓଡିଶା, ପଶ୍ଚିମବଙ୍ଗ ଓ ଆଣ୍ଡାମାନ ନିକୋବରର ଅଧିକାରୀଙ୍କ ସହ ଆଲୋଚନା ଚାଲଛି । ବୈଠକରେ ଗୃହ ସଚିବ ସଂଜୀବ ଚୋପ୍ରା, ଏସଆରସି ବିକେ ଜେନା ଓ ପାଣିପାଗ ନିର୍ଦ୍ଦେଶକ ଏଚଆର ବିଶ୍ୱାସ ଉପସ୍ଥିତ ଥିଲେ ।