କନକ ବ୍ୟୁରୋ: ବାତ୍ୟା ବୁଲବୁଲ ପାଇଁ ସାରା ରାଜ୍ୟ ପ୍ରସ୍ତୁତ ଥିବା ବେଳେ ଏହାର ମୁକାବିଲା ପାଇଁ ବିଭିନ୍ନ ଜିଲ୍ଲାର ପ୍ରଶାସନ ସଜାଗ ରହିଛନ୍ତି । ଓଡିଶାକୁ ବାତ୍ୟା ଭୟ ନଥିବା ବେଳେ ବର୍ଷା, ପବନର ଭୟ ସାଙ୍ଘାତିକ ଘାରିଛି । ବର୍ଷା ପାଇଁ ସତର୍କ କରାଯାଇଥିବା ଜିଲ୍ଲାମାନେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ବେଳେ ଖୋର୍ଦ୍ଧା ଜିଲ୍ଲାପାଳ ସମସ୍ତ ଶିକ୍ଷକଙ୍କୁ ସ୍କୁଲରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ବର୍ଷା ପବନ ବେଳେ ଯଦି ଦରକାର ପଡେ ତେବେ ଲୋକଙ୍କୁ ସ୍ଥାନୀୟ ସ୍କୁଲକୁ ସ୍ଥାନାନ୍ତର କରାଯିବ । ତେଣୁ ଏତେ ଲୋକଙ୍କ ରହଣି ପାଇଁ ସ୍କୁଲ ଶିକ୍ଷକମାନେ ସ୍କୁଲରେ ଚାବି ଧରିବାକୁ ଜିଲ୍ଲାପାଳ ଜିଲ୍ଲା ଶିକ୍ଷା ଅଧିକାରୀ ବା ଡିଇଓଙ୍କୁ ଚିଠି ଲେଖିଛନ୍ତି ।
ବାତ୍ୟା ବୁଲବୁଲର ପ୍ରଭାବ ୯ ଓ ୧୦ ତାରିଖ ରହୁଥିବାରୁ ଜିଲ୍ଲାର ବିଇଓଙ୍କ ଜରିଆରେ ଶିକ୍ଷକଙ୍କୁ ସ୍କୁଲରେ ଚାବି ସହ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ସ୍କୁଲରେ ପିଇବା ପାଣି ଓ ପାଇଖାନା ଠିକ ଅଛିକି ନାହିଁ ଜଣାଇବାକୁ ମଧ୍ୟ କୁହାଯାଇଛି । ଯଦି ଏଥିରେ ଅସୁବିଧା ଥାଏ ତେବେ ଶୀଘ୍ର ଏହାର ସମାଧାନ କରିବାକୁ ଜିଲ୍ଲାପାଳ ଚିଠିରେ ଲେଖିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/11/sddg.jpg)