ଗତି କମୁଛି, ତୀବ୍ର ହେଉଛି: ପାରାଦୀପଠୁ ମାତ୍ର ୧୩୦ କିମି ଦୂରରେ ଗୁରାଣ୍ଡି ହେଉଛି ‘ବୁଲବୁଲ’। ଘଂଟାପ୍ରତି ୭ କିମି ବେଗରେ କରୁଛି ଗତି, ଦିନ ୧୧ଟା ସୁଦ୍ଧା ଓଡିଶା ଅତିକ୍ରମ କରିବ ବାତ୍ୟା

Advertisment
ଗତି କମୁଛି, ତୀବ୍ର ହେଉଛି: ପାରାଦୀପଠୁ ମାତ୍ର ୧୩୦ କିମି ଦୂରରେ ଗୁରାଣ୍ଡି ହେଉଛି ‘ବୁଲବୁଲ’। ଘଂଟାପ୍ରତି ୭ କିମି ବେଗରେ କରୁଛି ଗତି, ଦିନ ୧୧ଟା ସୁଦ୍ଧା ଓଡିଶା ଅତିକ୍ରମ କରିବ ବାତ୍ୟା

କନକ ବ୍ୟୁରୋ: ଅତି ଭୀଷଣ ରୂପ ଧାରଣ କରି ସମୁଦ୍ରକୁ ଗୁରାଣ୍ଡି ଦେଉଛି ସାମୁଦ୍ରିକ ବାତ୍ୟା ବୁଲ୍ ବୁଲ୍ । ତେବେ କେନ୍ଦ୍ର ସ୍ଥଳରେ ପବନର ବେଗ ପାଖାପାଖି ୧୫୫ କିଲୋମିଟର ରହିଛି। ଘଣ୍ଟାପ୍ରତି ୭ କିଲୋମିଟର ବେଗରେ ଆଗକୁ ବଢୁଛି। ପାଣିପାଗ ବିଭାଗର ରିପୋର୍ଟ ଅନୁସାରେ, ଏହା ପାରାଦୀପଠାରୁ ୧୩୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି। ପଶ୍ଚିମବଙ୍ଗର ସାଗର ଦୀପପୁଞ୍ଜଠାରୁ ୨୬୦ ଓ ବାଂଲାଦେଶର ଖେପୁପାରାଠାରୁ ୪୦୦ କିମି ଦୂରରେ ରହିଛି। ସମୁଦ୍ର ଭିତରୁ ବଳ ଗୋଟାଇ ଏହା ଆଜି ଭୋରୁ ଭୋରୁ ଆହୁରି ଶକ୍ତିଶାଳୀ ହୋଇଛି ।  ତେବେ ଭୀଷଣ ବାତ୍ୟା ରୂପ ନେଇ ବାତ୍ୟା ବୁଲବୁଲ ଆଜି ମଧ୍ୟରାତ୍ରିରେ ପଶ୍ଚିମବଙ୍ଗ ସାଗର ଦ୍ବୀପ ଓ ବାଂଲାଦେଶର ଖେପୁପାରା ମଧ୍ୟରେ ଥିବା ସୁନ୍ଦରବନ ତ୍ରିକୋଣଭୂମିରେ ସ୍ଥଳ ଭାଗକୁ ସ୍ପର୍ଶ କରିବ। ସେତେବେଳକୁ ପବନର ବେଗ ଘଣ୍ଟାପ୍ରତି ୧୧୦ରୁ ୧୨୦ କିଲୋମିଟର ରହିବା ସହ ସ୍ଥଳ ବିଶେଷରେ ଏହା ୧୩୫ କିଲୋମିଟର ବେଗରେ ଝଟକା ଦେଇପାରେ ବୋଲି କହିଛି ପାଣିପାଗ କେନ୍ଦ୍ର ।

publive-image

ଏପଟେ, ଓଡିଶା ଉପରୁ ବାତ୍ୟା ବିପଦ ଟଳିଥିଲେ ବି ଏହାର ପ୍ରଭାବରେ ଓଡିଶାରେ ପ୍ରବଳ ବର୍ଷାର ଆଶଙ୍କା ରହିଛି । ତିନି ଦିନ ଯାଏ ଉପକୂଳ ଓ ଉତର ଓଡିଶାରେ ପ୍ରବଳ ବର୍ଷା ହେବ । ତେବେ ଆଜିି ବାତ୍ୟା ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ୧୧୦ରୁ ୧୨୦ କିଲୋମିଟର ରହିବ । ବେଳେବେଳେ ପବନର ବେଗ ଘଂଟାପ୍ରତି ୧୩୫ କିଲୋମିଟର ରହିବା ଅନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ପ୍ରଭାବରେ ଗତ ରାତିରୁ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଜାରି ରହିଛି ବର୍ଷା। ପାରାଦୀପରେ ବର୍ତ୍ତମାନ ପ୍ରବଳ ବର୍ଷା ଲାଗି ରହିଥିବା ବେଳେ କେନ୍ଦ୍ରାପଡ଼ାର ରାଜନଗର ଓ ବାଲେଶ୍ୱରରେ କ୍ରମଶଃ ବର୍ଷା ସାଙ୍ଗକୁ ବଢ଼ିବାରେ ଲାଗିଛି ପବନର ବେଗ। ସକାଳ ସୁଦ୍ଧା ପାରାଦୀପରେ ୧୪୬ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ଚାନ୍ଦବାଲିରେ ୧୧୩ ଓ ବାଲେଶ୍ୱରରେ ୨୩ ମି.ମି. ବର୍ଷା ରେକର୍ଡ କରାଯାଇଛି। ବର୍ଷା ସାଙ୍ଗକୁ ଧୀରେ ଧୀରେ ବଢ଼ିବାରେ ଲାଗିଛି ପବନର ବେଗ। ଏଥିସହିତ ଅଶାନ୍ତ ହୋଇ ଉଠୁଛି ସମୁଦ୍ର।

publive-image

ବାତ୍ୟା ବୁଲବୁଲ ଦିନ ୧୧ଟା ସୁଦ୍ଧା ଓଡ଼ିଶା ଅତିକ୍ରମ କରିବାର ସମ୍ଭାବନା ରହିଛି। ସମ୍ଭାବ୍ୟା ବାତ୍ୟାର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ବିଭିନ୍ନ ସ୍ଥାନରେ ଏନଡିଆର୍ ଟିମକୁ ମଧ୍ୟ ନିୟୋଜିତ କରାଯାଇ ସାରିଲାଣି। ବାତ୍ୟା ଯେତେ ଯେତେ ସକ୍ରିୟ ହୋଇ ପଶ୍ଚିମବଙ୍ଗ ଆଡକୁ ମୁହାଁଉଛି ଓଡିଶାର ଏହାର ପ୍ରଭାବ ସେତେ ସେତେ ପଡୁଛି । ତେବେ ୯ ତାରିଖ ମଧ୍ୟରାତ୍ରୀରେ ସୁନ୍ଦରବନରେ ବୁଲବୁଲ ଲ୍ୟାଣ୍ଡପଲ କରିବାକୁ ଥିବା ବେଳେ ଏହା ପ୍ରଭାବରେ ଓଡିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ସହ ଜୋରରେ ପବନ ବହିବା ଆରମ୍ଭ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe