କନକ ବ୍ୟୁରୋ : ବାତ୍ୟା ବିପର୍ଯ୍ୟୟକୁ ନେଇ ଜରୁରୀ ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆରବ ସାଗରରେ ସୃଷ୍ଟି ଅତ୍ୟନ୍ତ ଭୀଷଣ ବାତ୍ୟା ବିପର୍ଯ୍ୟୟ ପାଇଁ ମୁମ୍ବାଇ ଓ ଗୁଜରାଟରେ ହାଇ ଆଲର୍ଟ ଜାରି କରାଯାଇଛି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୌରାଷ୍ଟ୍ର ଓ କଚ୍ଚ ଉପକୂଳରେ ୧୪ତାରିଖରେ ଅରେଞ୍ଜ ଓ ୧୫ତାରିଖ ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି । ଜୁନ୍ ୧୫ତାରିଖ ମଧ୍ୟାହ୍ନ ସୁଦ୍ଧା ବିପର୍ଯ୍ୟୟ ଗୁଜରାଟର ଜଖୌ ବନ୍ଦର ନିକଟରେ ସୌରାଷ୍ଟ୍ର-କଚ୍ଚ ଏବଂ ସଂଲଗ୍ନ ପାକିସ୍ତାନ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି ।

Advertisment

ଏହାର ପ୍ରଭାବରେ ମୁମ୍ବାଇ ଓ ଗୁଜରାଟରେ ବର୍ଷା ଓ ପବନ ଜାରି ରହିଥିବା ବେଳେ ଉଚ୍ଚ ଜୁଆର ଉଠିଛି । ଏହା ଘଣ୍ଟାପ୍ରତି ୮କିଲୋମିଟର ବେଗରେ ସ୍ଥଳଭାଗ ଆଡକୁ ମୁହାଁଉଥିବା ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ଏହା ଉତରରେ ଦିଗରେ ଗତି କରିବା ପରେ ଉତର ଓ ଉତର ପୂର୍ବ ମୁହାଁ ହୋଇ ଗୁଜରାଟ ଓ ତତସଂଲଗ୍ନ ପାକିସ୍ତାନରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି ।

କିନ୍ତୁ ବର୍ତ୍ତମାନ ଅତ୍ୟନ୍ତ ଭୀଷଶ ଝଡର ରୂପ ନେଇଥିବା ବିପର୍ଯ୍ୟୟ ସ୍ଥଳଭାଗ ଅତିକ୍ରମ କଲା ବେଳକୁ ଏକ ଅତି ଭିଷଣ ବାତ୍ୟାର ରୂପ ନେଇ ସାରିଥିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ୧୨୫ରୁ ୧୩୫କିଲୋମିଟର ଓ ସ୍ଥଳବିଶେଷରେ ୧୫୦କିଲୋମିଟର ପର୍ଯ୍ୟନ୍ତ ରହିପାରେ ।