କନକ ବ୍ୟୁରୋ: ବାତ୍ୟା ବିପର୍ଯ୍ୟୟ ରବିବାର ଅତି ଭୀଷଣ ରୂପ ନେଇଛି । ବର୍ତ୍ତମାନ ଏହା ଗୁଜରାଟର ସୌରାଷ୍ଟ୍ର ତଟବର୍ତ୍ତୀ ଅଞ୍ଚଳ ଆଡକୁ ଅଗ୍ରସର ହେବାରେ ଲାଗିଛି । ଗୁଜରାଟ ସରକାର ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସତର୍କ କରିଦେଇଛନ୍ତି । ଏହା ସହ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇଛି ।
ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ଗୁଜରାଟର କଚ୍ଛ, ଦ୍ୱାରକା, ପୋରବନ୍ଦର, ଜାମନଗର, ରାଜକୋଟ, ଜୁନାଗଡ ଏବଂ ମୌରବୀ ଜିଲ୍ଲାରେ ୧୪ ଏବଂ ୧୫ ଜୁନରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି । ବାତ୍ୟା ବିପର୍ଯ୍ୟୟ ଜୁନ ୧୫ରେ କଚ୍ଛ ଏବଂ ମାଣ୍ଡବୀ ଏବଂ ପାକିସ୍ତାନର କରାଚୀ ମଧ୍ୟରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି । ଆଇଏମଡିର ସୂଚନା ଅନୁସାରେ ବାତ୍ୟା ବିପର୍ଯ୍ୟୟ ଜୁନ ୧୫ ତାରିଖ ଦ୍ୱିପ୍ରହରରେ ମାଣ୍ଡବି ଏବଂ ପାକିସ୍ତାନ କରାଚିର ମଧ୍ୟ ଭାଗରେ ସମୁତ୍ର ତଟକୁ ଛୁଇଁବ । ସ୍ଥଳଭାଗ ଛୁଇଁବା ବେଳେ ଏହାର ବେଗ ୧୨୫-୧୩୫ କିମି ରହିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/06/Collage-Maker-11-Jun-2023-05-08-PM-7362.jpg)