କନକ ବ୍ୟୁରୋ: ବାତ୍ୟା ବିପର୍ଯ୍ୟୟ ସ୍ଥଳଭାଗ ଛୁଇଁବା ପରେ ଲଗାତର ଏହାର ପ୍ରଭାବ ଦେଖିବାକୁ ମିଳୁଛି । ଗୁଜରାଟ ପରେ ଏବେ ଏହା ରାଜସ୍ଥାନର ବିଭିନ୍ନ ଅଞ୍ଚଳରେ ତାର ପ୍ରଭାବ ଦେଖାଇଛି । ପାଣିପାଗ ବିଭାଗର ସୂଚନା ଅନୁସାରେ, ଦିଲ୍ଲୀ-ଏନସିଆର ଯାଏ ଏହାର ପ୍ରଭାବ ରହିପାରେ । ଆଇଏମଡିର ସୂଚନା ଅନୁସାରେ, ବାତ୍ୟା ଏହି ସମୟରେ ଦକ୍ଷିଣ ରାଜସ୍ଥାନର ମଧ୍ୟ ଭାଗରେ ରହିଛି । ସନ୍ଧ୍ୟା ଯାଏ ଏହାର ପ୍ରଭାବ ଦେଖିବାକୁ ମିଳିବ ।
ବିଶେଷ କରି ଦକ୍ଷିଣ ରାଜସ୍ଥାନରେ ଆଜି ପ୍ରବଳ ବର୍ଷାର ସମ୍ଭାବନା ସୃଷ୍ଟି ହୋଇଛି । ଏହା ସହ ସୋମବାର ମଧ୍ୟପ୍ରଦେଶର ବର୍ଷାର ସମ୍ଭାବନା ରହିଛି । ଉତ୍ତରପ୍ରଦେଶର ଦକ୍ଷିଣ ଅଞ୍ଚଳରେ ୨ରୁ ୩ ଦିନ ଯାଏ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି । ଆରବ ସାଗରରୁ ଆସୁଥିବା ପବନ କାରଣରୁ ଦିଲ୍ଲୀ ଏନସିଆରରେ ମଧ୍ୟ ହାଲୁକା ବର୍ଷାର ସମ୍ଭାବନା ରହିଛି । ଆଗାମୀ ୨ରୁ ୩ ଦିନ ମଧ୍ୟରେ ମୌସୁମୀ ବାୟୁ ପୂର୍ବ ଭାରତରେ ପହଞ୍ଚିପାରେ । ଏନେଇ ପାଣିପାଗ ବିଜ୍ଞାନୀ ଡ. ନରେଶ କୁମାର ସୂଚନା ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/06/azmksshsh.jpg)