କନକ ବ୍ୟୁରୋ : ଗୁଜରାଟ ପରେ ବାତ୍ୟା ବିପର୍ଯ୍ୟୟର ପ୍ରଭାବ ଅଧିକ ରାଜସ୍ଥାନରେ ଦେଖିବାକୁ ମିଳିଛି । ଏଠାରେ ଅନେକ ଅଞ୍ଚଳରେ ଏବି ବି ବର୍ଷା ଜାରି ରହିଛି । ପ୍ରବଳ ବର୍ଷା କାରଣରୁ ନଦୀଗୁଡିକ ଫୁଲିବାରେ ଲାଗିଛି । ଏକପ୍ରକାର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ରାସ୍ତା ଘାଟରେ ଆଣ୍ଠୁଏ ଆଣ୍ଠୁଏ ପାଣି ଜମି ରହିଛି । ସେହିପରି ଜାଲୋର ନାମକ ଏକ ଜିଲ୍ଲାରେ ଲଗାତାର ୩୬ ଘଣ୍ଟା ଧିରି ବର୍ଷା ଲାଗି ରହିଛି । ଯାହା ଫଳରେ ପରିସ୍ଥିତି ଅସମ୍ଭାଳ ହୋଇପଡିଛି । ଏକପ୍ରକାର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।

Advertisment

ବାତ୍ୟା ବିପର୍ଯ୍ୟୟ ପ୍ରଭାବରେ ଲାଗିରହିଥିବା ଭିଷଣ ବର୍ଷାରେ ଆଜମେରଠୁ ନେଇ ପାଲି ପର୍ଯ୍ୟନ୍ତ ସବୁଆଡେ ସ୍ଥିତି ଖରାପ ହୋଇଛି । କେତେକ ସ୍ଥାନରେ ନଦୀ ବନ୍ଧ ଭାଙ୍ଗିଯାଇଛି । ଯେଉଁଥି ପାଇଁ ଗାଁରେ ୫ରୁ ୬ଫୁଟ୍ ଉଚ୍ଚତାର ପାଣି ଚାଲିଛି । ସେପଟେ ଆଜମେର୍ ଜିଲ୍ଲାର କଥା ନକହିଲେ ଭଲ । ଆଜମେରରେ ଦୋକାନ ବଜାରରେ ପାଣି ପସିବା ସହିତ ହସ୍ପିଟାଲରେ ବି ଆଣ୍ଠୁଏ ଉଚ୍ଚର ପାଣି ଚାଲିଛି । ବେଡ୍ ଉପରେ ରୋଗୀ ଶୋଇ ରହିଥିବା ବେଳେ ତଳେ ପାଣି ଜମିରହିଛି । ବେଡରୁ ତଳକୁ ଓହ୍ଲାଇବା ଅସମ୍ଭବ ହୋଇପଡିଛି । ଡାକ୍ତରଖାନାରେ ଚିକିତ୍ସା ପ୍ରଣାଳି ବାଧାପ୍ରାପ୍ତ ହୋଇଛି । ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ପ୍ରବଳ ବର୍ଷା ପାଇଁ ଘରେ ମଧ୍ୟ ପାଣି ପସିଯାଇଥିବାରୁ ରୋଷେଇବାସ କରି ଖାଇବା ଅସମ୍ଭବ ହୋଇପଡିଛି । ଲୋକେ ଛାତ ଉପରେ ରହିବା ସହ ଶୁଖିଲା ଖାଦ୍ୟ ଖାଇ ଦିନ କାଟୁଥିବା ଦେଖିବାକୁ ମିଳିଛି