କନକ ବ୍ୟୁରୋ : ବାତ୍ୟା ଅସାନିକୁ ନେଇ ତାଜା ତଥ୍ୟ ଦେଇଛନ୍ତି ଏସଆରସି ପ୍ରଦୀପ ଜେନା । ବାତ୍ୟା ଅସାନିର ପ୍ରଭାବ ଓଡ଼ିଶାରେ ସେମିତି ଅଧିକ ପଡିବନି ବୋଲି ସେ କହିଛନ୍ତି । ଏହାଛଡା ବାତ୍ୟା ବାବଦରେ ସୂଚନା ଦେଇ ପ୍ରଦୀପ କହିଛନ୍ତି,

Advertisment

 - ବାତ୍ୟା ଅସାନି ଦୁର୍ବଳ ହୋଇ ସାମୁଦ୍ରିକ ଝଡ ଭାବେ ଆନ୍ଧ୍ର ଉପକୂଳ ପାଖାପାଖି ପହଞ୍ଚିଛି

- ଆନ୍ଧ୍ରର କାକିନାଡା-ମଛଲିପଟନମ ନିକଟରେ ସ୍ଥଳଭାଗ ଛୁଇଁପାରେ

- ଘଣ୍ଟାଏରୁ ଦେଢ ଘଣ୍ଟା ମଧ୍ୟରେ ସ୍ଥଳଭାଗ ଛୁଇଁପାରେ

- ସ୍ଥଳଭାଗ ଛୁଇଁ ଏହା ଡାହାଣକୁ ରିକର୍ଭ କରିବ

- ଏହାପରେ ଧୀର ଗତିରେ ଉତ୍ତର, ଉତ୍ତର-ପୂର୍ବ ଦିଗରେ ସମୁଦ୍ର ସହ ସମାନ୍ତରଳ ଭାବେ ଗତି କରିବ

- ମଧ୍ୟରାତ୍ରୀ ବେଳକୁ ସମୁଦ୍ର ମଧ୍ୟକୁ ପଶିବ

- ଆସନ୍ତାକାଲି ସକାଳ ସୁଦ୍ଧା ଅବପାତରେ ପରିଣତ ହେବ

- ସମୁଦ୍ର ଭିତରେ ଏହା ଦୁର୍ବଳ ହୋଇଯିବ

- ଓଡ଼ିଶାର କୌଣସି ଜିଲ୍ଳା ପ୍ରଭାବିତ ହେବନି

- ପବନର ବେଗ ବେଶି ରହିବନି, ବର୍ଷା ବି ସେମିତି ଅଧିକ ହେବନି

- ମାଲକାନଗିରି, କୋରାପୁଟ, ଗଞ୍ଜାମ, ଗଜପତି, ନବରଙ୍ଗପୁର, ରାୟଗଡା, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା