କନକ ବ୍ୟୁରୋ : ୧୨ ତାରିଖରେ ଓଡ଼ିଶା ଉପକୂଳର ସବୁଠୁ ନିକଟବର୍ତ୍ତୀ ହେବ ବାତ୍ୟା ଅସାନୀ । ପାରାଦୀପ ଠାରୁ ୧୧୦ କିଲୋମିଟିର ଦୂରତାରୁ ସମୂଦ୍ର ଭିତରେ ଉତ୍ତର-ପୂର୍ବ ଦିଗରେ ଗତି କରିବ । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୫୦ରୁ ୬୦ କିଲୋମିଟର ରହିବ । ବର୍ତ୍ତମାନ ପୁରୀ ଠାରୁ ପ୍ରାୟ ୬୮୦ କିଲୋମିଟର ଦୂର ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସିଭିୟର ସାଇକ୍ଲୋନିକ ଷ୍ଟର୍ମ ବା ଭୀଷଣ ବାତ୍ୟା ଅସାନି ରହିଛି । ସମୁଦ୍ର ଭିତରେ କେନ୍ଦ୍ରୀଭୂତ ହୋଇ ଅସାନି ବଳ ଗୋଟାଇ ଧିରେ ଧିରେ ଉପକୂଳ ମୁହାଁ ହେଉଛି ।

Advertisment

ଏହା ଗତ ୬ଘଣ୍ଟା ହେଲା, ଘଣ୍ଟାପ୍ରତି ୨୫ କିଲୋମିଟର ବେଗରେ ବଙ୍ଗୋପସାଗରର ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି । ପୁରୀର ଦକ୍ଷିଣ- ଦକ୍ଷିଣ-ପୂର୍ବ ଦିଗରେ ୬୮୦ କିଲୋମିଟର ଦୂରରେ ଅସାନି ରହିଛି । ୧୦ତାରିଖ ସନ୍ଧ୍ୟା ଯାଏ ଏହା ଉପକୂଳ ଆଡକୁ ମୁହାଁଇବ, ଏହା ପରେ ମୋଡ ବଦଳାଇ ଉତ୍ତରପୂର୍ବ ଦିଗରେ ଗତି କରିବ । ବାତ୍ୟା ଉପକୂଳ ଛୁଇଁବ ନାହିଁ ବୋଲି କୁହାଯାଉଛି । ବାତ୍ୟା ଯୋଗୁ ଆସନ୍ତା ୧୨ ତାରିଖ ଯାଏ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅସାନ୍ତ ରହିବ । ତେଣୁ ମତ୍ସଜୀବୀମାନଙ୍କୁ ୯ରୁ ୧୧ ତାରିଖ ଯାଏ ସମୂଦ୍ର ଭିତରକୁ ନ ଯିବାକୁ ବାରଣ କରାଯାଇଛି । ଧାମରା, ପାରାଦୀପ ସମେତ ଓଡ଼ିଶାର ସମସ୍ତ ସାମୁଦ୍ରିକ ବନ୍ଦରଙ୍କୁ ୨ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି ।