ଓଡିଶା ଉପକୂଳରେ ବଢୁଛି ‘ଅମ୍ଫାନ’ର ପ୍ରଭାବ: ଭାଙ୍ଗିଲା ଶହ ଶହ ପାନବରଜ, ବାଲେଶ୍ୱରରେ ଉଠିଲା ବଡ ସମୁଦ୍ର ଜୁଆର ; ବର୍ଷା ସହ ଘଂଟାକୁ ୧୫୦ କିମି ଯାଏଁ ବଢିପାରେ ପବନର ବେଗ

ଓଡିଶା ଉପକୂଳରେ ବଢୁଛି ‘ଅମ୍ଫାନ’ର ପ୍ରଭାବ: ଭାଙ୍ଗିଲା ଶହ ଶହ ପାନବରଜ, ବାଲେଶ୍ୱରରେ ଉଠିଲା ବଡ ସମୁଦ୍ର ଜୁଆର ; ବର୍ଷା ସହ ଘଂଟାକୁ ୧୫୦ କିମି ଯାଏଁ ବଢିପାରେ ପବନର ବେଗ

କନକ ବ୍ୟୁରୋ: ସ୍ଥଳଭାଗ ଆଡକୁ ମାଡି ଆସୁଛି ମହାବାତ୍ୟା ଅମ୍ଫାନ। ମହାବାତ୍ୟା ‘ଅମ୍ଫାନ’ ଏବେ ପାରାଦୀପ ଠାରୁ ୧୫୫ କିମି ଦୂରରେ ରହିଥିବାର ସୂଚନା ମିଳିଛି । ଏହା ଘଣ୍ଟା ପ୍ରତି ୧୧ କିମି ବେଗରେ ଗତି କରୁଛି। ଏହାର ପ୍ରଭାବରେ ପାରାଦୀପରେ ପ୍ରବଳ ବର୍ଷା ସାଙ୍ଗକୁ ୯୮ କିଲୋମିଟର ବେଗରେ ପବନ ବହୁଛି। ସକାଳୁ ସକାଳୁ ବର୍ଷା ସାଙ୍ଗକୁ ପବନର ବେଗ କ୍ରମଶଃ ବଢିବାରେ ଲାଗିଛି। ଏହାଫଳରେ ପାରାଦୀପରେ ଜୀବଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଏଥିସହିତ ଅମ୍ଫାନ ଏବେ ପଶ୍ଚିମବଙ୍ଗର ଦୀଘାଠାରୁ ୩୨୦ କି.ମି. ଦୂରରେ ଥିବା ବେଳେ ବାଲାଂଦେଶ ଠାରୁ ୪୮୦ କି.ମି. ଦୂରରେ ରହିଛି। ଆଜି ଦିନ ୧୨ଟାରୁ ୨ଟା ମଧ୍ୟରେ ଏହା ଓଡ଼ିଶା ଅତିକ୍ରମ କରିବ।

ସକାଳୁ ସକାଳୁ ଭଦ୍ରକର ଧାମରାରେ ମଧ୍ୟ ବର୍ଷା ସାଙ୍ଗକୁ ପବନର ବେଗ ତୀବ୍ର ହେବାରେ ଲାଗିଛି। ଏହାର ପ୍ରଭାବରେ କେତେକ ସ୍ଥାନରେ ଗଛ ମଧ୍ୟ ଭାଙ୍ଗି ପଡିଥିବାର ସୂଚନା ମିଳିଛି। ବାଲେଶ୍ୱରରେ ମଧ୍ୟ ବର୍ଷା ସାଙ୍ଗକୁ ପବନର ବେଗ ବଢୁଛି। ଏଥିସହିତ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ମଧ୍ୟ ବର୍ଷା ସାଙ୍ଗକୁ ପବନ ଜାରି ରହିଛି। ଗତକାଲି ରାତିଠାରୁ ଭୁବନେଶ୍ୱରରେ ବର୍ଷା ଲାଗିରହିଛି। ବର୍ତ୍ତମାନ ଭୁବନେଶ୍ୱରରେ ୫୫ରୁ ୬୫ କି.ମି. ବେଗରେ ପବନ ବହୁଛି।

ମହାବାତ୍ୟା ଅମ୍ପାନ ପ୍ରଭାବରେ ସମୁଦ୍ର ଅଶାନ୍ତ ହୋଇ ଉଠିବା ସହିତ ଉଚ୍ଚ ଢେଉମାନ କୂଳରେ ପିଟି ହେଉଛି। ଆଜି ସନ୍ଧ୍ୟା ସୁଦ୍ଧା ଏହା ଦୀଘା ଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଅର୍ଥାତ୍ ସୁନ୍ଦରବନ ନିକଟରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ଅଧିକ। ସେତେବେଳେ ପବନର ବେଗ ୧୫୫ରୁ ୧୬୫ କିଲୋମିଟର ଥିବ ଓ ୧୮୫ କିଲୋମିଟର ବେଗରେ ଧକ୍କା ଦେବ। ଓଡ଼ିଶା ସୀମା ଅତିକ୍ରମ କରିବା ବେଳେ ଗୋଟିଏ କି ଦୁଇଟି ନୁହେଁ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ଯାଜପୁର ଓ ମୟୂରଭଂଜରେ ବିତ୍ପାତ ରଚାଇପାରେ। ଘଣ୍ଟାକୁ ୧୦୦ ବା ୧୧୦ କିଲୋମିଟର ବେଗରେ ପବନ ବହିବ। ସ୍ଥଳବିଶେଷରେ ତୀବ୍ରତା ବଢ଼ି ୧୨୫ କିଲୋମିଟର ବେଗରେ ଗୁରାଣ୍ଡି ଦେଇପାରେ ଓଡ଼ିଶାର ଉତ୍ତର ଉପକୂଳ ସଂଲଗ୍ନ ଅଞ୍ଚଳକୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe