ମୋଦିଙ୍କ ବାତ୍ୟା ସମୀକ୍ଷା । ଆକାଶମାର୍ଗରୁ ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ପରେ ରାଜ୍ୟ ସରକାରଙ୍କ ସହ ସମୀକ୍ଷା ବୈଠକ କରୁଛନ୍ତି ପ୍ରଧାନମନ୍ତ୍ରୀ । କ୍ଷୟକ୍ଷତି ଦେଖି ଓଡିଶା ପାଇଁ କେତେ ପ୍ୟାକେଜ ଘୋଷଣା କରିବେ ମୋଦି ?

204

କନକ ବ୍ୟୁରୋ: ସ୍ଥିତି ଦେଖିବା ପରେ ସମୀକ୍ଷା ଆରମ୍ଭ । ଆକାଶମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ପରେ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ ଜାରି । ବିମାନବନ୍ଦର ସମ୍ମେଳନ କକ୍ଷରେ ମୋଦି ଆରମ୍ଭ କଲେ ସମୀକ୍ଷା ବୈଠକ । ବୈଠକରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଦୁଇ କେନ୍ଦ୍ରମନ୍ତ୍ରୀ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ।

ତେବେ ଆକାଶମାର୍ଗରୁ ସ୍ଥିତି ଦେଖି ଫେରିଲେ ମୋଦି । ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ପ୍ରଭାବିତ ଅଞ୍ଚଳ ବୁଲିଦେଖିବାକୁ ଯାଇଥିଲେ । ମହାବାତ୍ୟା ଅମ୍ଫାନ ପ୍ରଭାବରେ ଉତ୍ତର ଓଡିଶା, ଉପକୂଳ ଓଡିଶାର କ୍ଷତିଗ୍ରସ୍ତ ଜିଲ୍ଲାମାନଙ୍କୁ ଆକାଶମାର୍ଗରୁ ଦେଖିଛନ୍ତିି । ଉକ୍ତ ଜିଲ୍ଲାମାନଙ୍କରେ ଅମ୍ଫାନ କେତେ ଧନସମ୍ପତ୍ତି ଉଜାଡି ଦେଇଛି ତାର ଅନୁଧ୍ୟାନ କରି ଭୁବନେଶ୍ୱର ଫେରିଛନ୍ତି ମୋଦି ପ୍ରଧାନମନ୍ତ୍ରୀ ।

ମୋଦିଙ୍କ ସହ ବାତ୍ୟାଞ୍ଚଳ ପୁଣି ଥରେ ଦେଖୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କାଲି ସ୍ଥିତି ଦେଖିବା ପରେ ଆଜି ପୁଣି ଥରେ ପ୍ରଭାବିତ ଅଞ୍ଚଳ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ । ତେବେ ସମୀକ୍ଷା କଲା ପରେ ଓଡିଶା ପାଇଁ କେତେ ପ୍ୟାକେଜ ଘୋଷଣା କରୁଛନ୍ତି ତାରି ଉପରେ ନଜର ରହିଛି । ପଶ୍ଚିମବଙ୍ଗକୁ ୧ ହଜାର କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିବା ବେଳେ ଓଡିଶାର ସ୍ଥିତି ଦେଖି କ୍ଷତିଗ୍ରସ୍ତ ଅଞ୍ଚଳ ପାଇଁ କେତେ ପ୍ୟାକେଜ ଦେଉଛନ୍ତି ପ୍ରଧାନମନ୍ତ୍ରୀ ତା ଉପରେ ସମସ୍ତଙ୍କ ନଜର ରହିଛି ।