ମଝି ସମୁଦ୍ରରୁ ମାଡି ଆସୁଛି ମହାବାତ୍ୟା । ଓଡିଶା ପାଖଉଛି ଅମ୍ଫାନ । ପାରାଦୀପ ଠାରୁ ୭୦୦ କିଲୋମିଟର ଦୂରରେ ରହିଛି ବାତ୍ୟା । ଜାଣନ୍ତୁ ଓଡିଶାର କେଉଁ ଜିଲ୍ଲାରେ ପଡିବ ଅଧିକ ପ୍ରଭାବ ? କଣ ହୋଇପାରେ କ୍ଷତି ?

ପକ୍କା ଘର ମଧ୍ୟ ନଷ୍ଟ ହୋଇପାରେ ବୋଲି ଆଶଙ୍କା କରାଯାଇଛି । ବିଦ୍ୟୁତ ଖୁଂଟ ଓ ଟେଲିଫୋନ୍ ପୋଲ୍ ଉପୁଡି ପଡିବ କିମ୍ବା ବାଙ୍କି ଯିବାର ସମ୍ଭାବନା ରହିଛି । ରେଳ ଧାରଣା କିଛି ମାତ୍ରାରେ ପ୍ରଭାବିତ ହୋଇପାରେ । ଏଥିସହ ଜମିରେ ଅମଳ ଯୋଗ୍ୟ ହୋଇଯାଇଥିବା ଫସଲ , ଚାରା ନଷ୍ଟ ହେବାର ଅଧିକ ସମ୍ଭାବନା ରହିଛି । ସେହିପରି ନଡିଆ ଓ ଗୁଆ ଗଛ, ଆମ୍ବ ଭଳି ବଡ ବଡ ଝଙ୍କାଳିଆ ଗଛ ଭାଙ୍ଗି ପଡିବାର ଆଶଙ୍କା ରହିଛି ।

2,167

କନକ ବ୍ୟୁରୋ: ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ମହାବାତ୍ୟା ଅମ୍ଫାନର ଗତିପଥ ଜାରି କରାଯାଇଛି । ଏହି ବାତ୍ୟା ପଶ୍ଚିମ ବଙ୍ଗର ଦିଘା ଓ ହାତୀଆ ଦ୍ୱୀପ ମଧ୍ୟରେ ସୁନ୍ଦରବନ ନିକଟରେ ଭୁଖଣ୍ଡକୁ ଛୁଇଁବା ସମ୍ଭାବନା ରହିଛି । ଏହା ବେଶ୍ ଧିର ଗତିରେ ଉତର ଦିଗକୁ ଆଗେଇ ଚାଲିଛି । ସୋମବାର ସଂଧ୍ୟା ପରଠାରୁ ଦକ୍ଷିଣ ଉପକୂଳ ଏବଂ ଧିରେ ଧିରେ ପୂର୍ବ ଉପକୂଳରେ ମଧ୍ୟ ପ୍ରଭାବ ଦେଖାଇବା ଆରମ୍ଭ କରିବ । ବାତ୍ୟା ଅମ୍ଫାନ ପଶ୍ଚିମ ବଙ୍ଗର ଭୁଖଣ୍ଡ ଆଡକୁ ମାଡି ଯାଉଥିବା ବେଳେ ଓଡିଶା ଉପକୂଳରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିବ । ଏପରିକି ଓଡିଶାର ଉତର ଉପକୂଳ ନିକଟରେ ଏହାର ସର୍ବନିମ୍ନ ଦୂରତା ୧୪୦ କିଲୋମିଟର ରହିବ ବୋଲି ଆକଳନ କରାଯାଉଛି ।

ବାତ୍ୟାର ପ୍ରଭାବରେ ଓଡିଶାର ଦକ୍ଷିଣରୁ ଉତର ଉପକୂଳ ଯାଏଁ ପଡିବ । ମେ ୧୮ ତାରିଖରେ ଗଜପତି, ଗଞ୍ଜାମ, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାରେ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିିଛି । ୧୯ ତାରିଖ ବେଳକୁ ଉତର ଓଡିଶାର ଉପକୂଳ ଜିଲ୍ଲା ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ବାଲେଶ୍ୱର, ଭଦ୍ରକ ଓ ମୟୂରଭଂଜ ଜିଲ୍ଲାର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହା ସହ ଖୋର୍ଦ୍ଧା ଓ ପୁରୀ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ଅନ୍ୟପଟେ ୨୦ ତାରିଖ ବୁଧବାର ଦିନ ଭଦ୍ରକ, ବାଲେଶ୍ୱର, ମୟୂରଭଂଜ, ଯାଜପୁର, କେନ୍ଦ୍ରାପଡା ଓ କେନ୍ଦୁଝର ଜିଲ୍ଲାର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି ।

ବାତ୍ୟାର ପ୍ରଭାବରେ ରାଜ୍ୟର ଉପକୂଳ ଓଡିଶାରେ ବର୍ଷା ସହ ପ୍ରବଳ ପବନ ବୋହିବାର ସମ୍ଭାବନା ରହିବ । ଏପରିକି ଉତର ଓଡିଶାର କେତେକ ସ୍ଥାନରେ ୧୩୫ କିଲୋମିଟର ବେଗରେ ମଧ୍ୟ ପବନ ବୋହିପାରେ । ସେହିପରି କିଛି ମାତ୍ରାରେ ପକ୍କା ଘର ମଧ୍ୟ ନଷ୍ଟ ହୋଇପାରେ ବୋଲି ଆଶଙ୍କା କରାଯାଇଛି । ବିଦ୍ୟୁତ ଖୁଂଟ ଓ ଟେଲିଫୋନ୍ ପୋଲ୍ ଉପୁଡି ପଡିବ କିମ୍ବା ବାଙ୍କି ଯିବାର ସମ୍ଭାବନା ରହିଛି । ରେଳ ଧାରଣା କିଛି ମାତ୍ରାରେ ପ୍ରଭାବିତ ହୋଇପାରେ । ଏଥିସହ ଜମିରେ ଅମଳ ଯୋଗ୍ୟ ହୋଇଯାଇଥିବା ଫସଲ , ଚାରା ନଷ୍ଟ ହେବାର ଅଧିକ ସମ୍ଭାବନା ରହିଛି । ସେହିପରି ନଡିଆ ଓ ଗୁଆ ଗଛ, ଆମ୍ବ ଭଳି ବଡ ବଡ ଝଙ୍କାଳିଆ ଗଛ ଭାଙ୍ଗି ପଡିବାର ଆଶଙ୍କା ରହିଛି ।

ତେବେ ମହାବାତ୍ୟା ପୂର୍ବରୁ ହଟିବ ହୋର୍ଡିଂ । ପବନରେ ହୋର୍ଡିଂ ଉଡି ପୂର୍ବରୁ ଅନେକ ଜୀବନ ହାନି ହୋଇଛି । ତେଣୁ ସେସବୁ ହଟାଇବା କାମ ଆରମ୍ଭ ହୋଇଛି । ସେପଟେ ମହାବାତ୍ୟା ବେଳେ ଉଦ୍ଧାର ପାଇଁ ମୁତୟନ ହୋଇଛନ୍ତି ୨୪୫ ୟୁନିଟ । ଓଡ୍ରାଫ- ୧୫, ଏନଡିଆରଏଫ- ୧୩ ଏବଂ ଅଗ୍ନିଶମ ବାହିନୀ- ୨୧୭ ୟୁନିଟ ମୁତୟନ ହୋଇଛନ୍ତି । ଆଉ ୟାରି ଭିତରେ କାଲି ସରିବ ସ୍ଥାନାନ୍ତର । ପ୍ରଭାବିତ ହେବାକୁ ଥିବା ଅଞ୍ଚଳରେ କାଲି ଶେଷ ହେବ ଲୋକଙ୍କୁ ସ୍ଥାନାନ୍ତର । ଆସନ୍ତାକାଲି ଅପରାହ୍ନ ସୁଦ୍ଧା ସ୍ଥାନାନ୍ତର ସରିବ । ଲୋକଙ୍କୁ ମାଇକ ଯୋଗେ ବୁଝାଇ ଶୀଘ୍ର ସ୍ଥାନାନ୍ତର କରିବାକୁ ଏସଆରସି କହିଛନ୍ତି ।