ଭଦ୍ରକରେ ଅମ୍ଫାନର ତାଣ୍ଡବ: ବାତ୍ୟା ମାଡରେ ତିହିଡିରେ ଭୁଶୁଡିଲା କାନ୍ଥ; ଚାପି ହୋଇ ଚାଲିଗଲା ୩ ମାସର ଶିଶୁପୁତ୍ରର ଜୀବନ: ସେପଟେ, ଘେରି ବନ୍ଧ ଡେଇଁ ପଶିଲା ପାଣି , ବୁଡିଗଲା ଘର

ସୋରରେ ଅମ୍ଫାନର ପ୍ରଭାବ: ପ୍ରବଳ ବେଗରେ ପବନ ପରେ ଘର ଉପରେ ଖସି ପଡିଲା ବିଶାଳ ଗଛ; ଭଦ୍ରକ ଓ ପାଟକୁରାରେ ରାସ୍ତା ଉପରେ ଉପୁଡି ପଡିଛି ଶହ ଶହ ଗଛ

1,489

କନକ ବ୍ୟୁରୋ:  ଭଦ୍ରକରେ ବାତ୍ୟା ଅମ୍ଫାନର ପ୍ରଭାବ ବେଶି ଦେଖିବାକୁ ମିଳିଛି । ଜିଲାରେ ବାତ୍ୟା ଅମ୍ଫାନ ନେଇଛି ପ୍ରଥମ ମୁଣ୍ଡ । ବାତ୍ୟା ଅମ୍ଫାନର ପ୍ରଭାବରେ ଜୋରରେ ପବନ ବହିବାରୁ ଓ ବର୍ଷା ହେବାରୁ ତିହିଡି ବ୍ଲକ ଅନ୍ତର୍ଗତ କାଆଁପଡା ପଞ୍ଚାୟତର ଦକ୍ଷିଣପରି ଗ୍ରାମର ବଳରାମ ଦାସଙ୍କର ଘରର କାନ୍ଥ ଭାଙ୍ଗି ଯାଇଥିଲା। ଏହା ଫଳରେ ବଳରାମ ଦାସଙ୍କଏକ ବର୍ଷର ଶିଶୁ ପୁତ୍ର ଉପରେ କାନ୍ଥ ପଡ଼ିଯିବାରୁ ତାର ମୃତ୍ୟୁ ଘଟିଛି। ତାର ମା’ ତାକୁ ଘର ଆଗରେ ଛିଡ଼ାକରି ଦେଇ କାମ କରିବାକୁ ଯିବା ବେଳେ ଜୋରରେ ପବନ ବହିବାରୁ ତାଙ୍କ ଘର ଝାଟିମାଟି ବଡ଼ କାନ୍ଥ ଶିଶୁ ପୁତ୍ର ଉପରେ ପଡି ଯାଇଥିଲା। ଘଟଣାସ୍ଥଳରେ ତାର ମୃତ୍ୟୁ ଘଟିଥିଲା ବୋଲି କୁହାଯାଉଛି।

ରାସ୍ତାକଡ଼ରେ ଗଛଭାଙ୍ଗି ପଡ଼ିବା ସହ ରାସ୍ତା ଘାଟ ଯାମ୍ ହୋଇଛି । ପ୍ରବଳ ବେଗରେ ପବନ ବହିବା ସହ ବର୍ଷା ମଧ୍ୟ ଲାଗି ରହିଛି । ଗଛ କାଟିବା କାମରେ ଲାଗଛନ୍ତି ଏନଡ଼ିଆରଫ ଟିମ୍ ।

ଗାଁରେ ପଶିଲା ଜୁଆର ପାଣି ।  ବାତ୍ୟା ଅମ୍ପାନ ଓଡିଶା  ଉପକୂଳ ଅତିକ୍ରମ କରୁଥିବା ବେଳେ  କେନ୍ଦ୍ରାପଡା ଖରିନାସୀ ପଂଚାୟତର  ଆଦିବାସୀପଡା ୧୨ ନମ୍ବର ଗାଁରେ ଜୁଆର ପାଣି ପଶିଯାଇଛି ।  ପ୍ରାୟ ୩୦ରୁ ୪୦ ପରିବାର ପାଣି ଘେରରେ ଅଛନ୍ତି । ଗାଁରେ  ପାଣି ପଶିଯିବାରୁ  ଗାଁରେ ଥିବା ସ୍କୁଲ ଘରକୁ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଏବେ ସ୍କୁଲ ଘରେ ଆଶ୍ରୟ ନେଇଛନ୍ତି ପ୍ରଭାବିତ ପରିବାର ।