ଅସ୍ତରଙ୍ଗ, କାକଟପୁରରେ ଚାଲିଛି ରିଲିଫ ବଂଟନ । ଲମ୍ବା ଲାଇନ ଲଗାଇ ଆର୍ଥିକ ସହାୟତା ନେଲେ କ୍ଷତିଗ୍ରସ୍ତ । 

ବାତ୍ୟା କ୍ଷତିଗ୍ରସ୍ତଙ୍କୁ ଚାଲିଛି ରିଲିଫ ବଂଟନ  ।

67

କନକ ବ୍ୟୁରୋ: ବାତ୍ୟା କ୍ଷତିଗ୍ରସ୍ତଙ୍କୁ ଚାଲିଛି ରିଲିଫ ବଂଟନ  । ଅସ୍ତରଙ୍ଗ , କାକଟପୁରରେ ବାତ୍ୟା ପ୍ରଭାବିତଙ୍କୁ ୨ହଜାର ଲେଖାଏଁ ଟଙ୍କା ବଣ୍ଟା ଯାଉଛି । ଯାହାକୁ ନେଇ ଲମ୍ବା ଲାଇନ ଦେଖିବାକୁ ମିଳିଛି । ଲାଇନ୍ ଲଗାଇ ଆର୍ଥିକ ସହାୟତା ନେଇଛନ୍ତି କ୍ଷତିଗ୍ରସ୍ଥ ପରିବାର । ବିଭିନ୍ନ ପଂଚାୟତ ଅଫିସ ସମ୍ମୁଖରେ ଖରାରେ ଘଂଟା ଘଂଟା ଧରି ଛିଡା ହୋଇ ସରକାରଙ୍କ ଘୋଷଣା ଅନୁଯାୟୀ ଆର୍ଥିକ ସହାୟତା ନେଇଛନ୍ତି ଲୋକେ ।

ବାତ୍ୟା ଫୋନିକୁ ନେଇ ଅନେକ ଜନଜୀବନ ପ୍ରଭାବିତ ହୋଇଛି । କାହାର ଘର ଭାଙ୍ଗିଛି ତ ଆଉ କାହାର ଗୋରୁ ଗାଇ ଏବଂ ଧନଜୀବନ ନଷ୍ଟ ହୋଇଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ବାତ୍ୟା ପ୍ରଭାବିତଙ୍କ ପାଇଁ ସରକାର ସହାୟତା ରାଷି  ଘୋଷଣା କରିଛନ୍ତି । ବାତ୍ୟା ପ୍ରଭାବିତ ପରିବାରକୁ ୨ହଜାର ଲେଖାଏଁ ଟଙ୍କା ମିଳିଛି । ଏହା ସହିତ ୫୦କିଲୋ ଚାଉଳ ଓ ପଲିଥିନ ମିଳିବ ବୋଲି ଘୋଷଣା କରିଛନ୍ତି ସରକାର । ତେବେ ଏହି ରିଲିଫ ପାଇବାକୁ ନେଇ ଲୋକଙ୍କ ଭିଡ ଦେଖିବାକୁ ମିଳିଛି । ବାତ୍ୟା ପରେ ତାପମାତ୍ରା ଖୁବ ଅଧିକ ଥିଲେ ମଧ୍ୟ ରିଲିଫ ପାଇଁ ଲୋକ ଲମ୍ବା ଲାଇନରେ ଛିଡା ହୋଇ ରିଲିଫ ନେଇଛନ୍ତି ।