ସାଇକେଲ ଚଲାନ୍ତୁ ସୁସ୍ଥ ରୁହନ୍ତୁ : ସାଇକେଲ ଚଳାଇବା ଅଭ୍ୟାସକୁ ପ୍ରୋତ୍ସାହନ କରିବାକୁ ରାଜଧାନୀରେ ସାଇକେଲ ଗିରି; ୧୩ କିମି ଯାତ୍ରା କଲେ ୨ ଶହ ସାଇକେଲ ଯାତ୍ରୀ

87

କନକ ବ୍ୟୁରୋ : ସାଇକେଲ ଗିରିକୁ ପ୍ରୋତ୍ସାହନ ଦେବାକୁ ଭୁବନେଶ୍ୱରରେ ଆୟୋଜିତ ହୋଇଛି ସାଇକେଲ ଗିରି କାର୍ଯ୍ୟକ୍ରମ । ଶିଶୁଭବନ ଛକରେ ଏହାକୁ ପାଳନ କରିବାକୁ ସାଇକେଲ ଆରୋହୀ ଏକାଠି ହୋଇଥିଲେ । ଏଠାରେ ପ୍ରତ୍ୟେକ ଶୁକ୍ରବାରକୁ ସାଇକେଲ ଦିନ ଭାବେ ପାଳନ କରିବାକୁ ନିଷ୍ପତି ହୋଇଥିଲା । ଶିଶୁଭବନ ଛକରୁ ଧଉଳି ୧୩ କିମି ଯାତ୍ରା କରିଛନ୍ତି ପ୍ରାୟ ୨ ଶହ ସାଇକେଲ ଯାତ୍ରୀ ।

ଏହାସହ ଧଉଳିରେ କରୋନା ଯୋଦ୍ଧାଙ୍କୁ ସାଇକେଲ ଦିଆଯାଇଥିଲା । ଆଜି ସାଇକେଲଗିରିକୁ ନେଇ ଏକ ସ୍ୱତନ୍ତ୍ର ଆଂଥେମ୍ ବି ଉେନ୍ମୋଚିତ ହୋଇଛି । ସ୍ମାର୍ଟ ସିଟି ଲିମିଟେଡ ଓ ବିଏମସିର ମିଳିତ ସହଯୋଗରେ ଏହାର ଆୟୋଜନ କରାଯାଇଥିଲା ।

Comments are closed.