ପରୀ ପାଇଁ ପଟିଆରୁ ନବୀନ ନିବାସ ଯାଏଁ ସାଇକେଲ ରାଲି : ନିଖୋଜ ଝିଅଙ୍କୁ ଖୋଜି ବାହାର କରିବାକୁ ଓସିନର ଦାବି

108

କନକ ବ୍ୟୁରୋ : ପରୀ ପାଇଁ ସାଇକେଲ ରାଲି । ନିଆରା ଢଙ୍ଗରେ ତାଙ୍କର ଦାବି ରଖିବାକୁ ଯାଇ କୁନି ବୟସରେ କୁନି କୁନି ନିଖୋଜ ଝିଅଙ୍କୁ ତୁରନ୍ତ ଖୋଜି ବାହାର କରିବାକୁ ଦାବି କରିଛନ୍ତି ୭ ବର୍ଷର ଝିଅ ଓସିନ୍ । ମୁଣ୍ଡରେ ହେଲମେଟ୍ ପିନ୍ଧି ରାଜଧାନୀରେ ପରୀ ପାଇଁ ପଟିଆରୁ ନବିନ୍ ନିବାସକୁ ସାଇକେଲ ଯାତ୍ରା କରିଛନ୍ତି ୭ ବର୍ଷର ଝିଅ ଓସିନ ଏବଂ ୧୦ ବର୍ଷର ଆର୍ଯ୍ୟାଦିତ୍ୟ । ରାଜଧାନୀର ଦୁଇଟି ଘରୋଇ ସ୍କୁଲରେ ପାଠ ପଢୁଥିବା ଏହି ଦୁଇ କୁନି ପିଲା ପରୀ, ପିହୁ ଓ ସ୍ୱାତୀ ଭଳି ନିଖୋଜ ଝିଅଙ୍କୁ ଖୋଜି ବାହାର କରିବାକୁ ଦାବି କରିଛନ୍ତି । ପରୀକୁ ନ୍ୟାୟ ଦେବାକୁ ସେମାନେ ଜଷ୍ଟିସ୍ ଫର ପରୀ ନାଁରେ ଏକ ୱେବସାଇଟ୍ ମଧ୍ୟ ଖୋଲିଛନ୍ତି ।