ସାଇକେଲ ଚାଳନ ଓ ପର୍ଯ୍ୟଟନକୁ ପ୍ରୋତ୍ସାହନ ପାଇଁ ମେଗା ସାଇକ୍ଲୋଥନ: ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରୁ ଆରମ୍ଭ ହେଲା ‘ଟୁର ଡି ଏକାମ୍ର’

କଳିଙ୍ଗ ଷ୍ଟାଡିୟମରୁ ମୁକ୍ତେଶ୍ୱର ଓ ଧଉଳି ଯାଏଁ ଗଲେ ଅଂଶ ଗ୍ରହଣକାରୀ

69

କନକ ବ୍ୟୁରୋ: ସାଇକେଲରେ ଭୁବନେଶ୍ୱର ସହର ପରିଭ୍ରମଣ । ଓଡିଶା ସରକାରଙ୍କ କ୍ରିଡା ଓ ସଂସ୍କୃତି ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ସାଇକ୍ଲୋଥନ ‘ଟୁର ଡି ଏକାମ୍ର’ । ଶହ ଶହ ଯୁବକ ଆଜି ସକାଳ ୭ଟାରେ କଳିଙ୍ଗ ଷ୍ଟାଡିୟମରୁ ଭୁବନେଶ୍ୱର ପରିଭ୍ରମଣରେ ବାହରିଛନ୍ତି । ତେବେ କଳିଙ୍ଗ ଷ୍ଟାଡିୟମରୁ ଆରମ୍ଭ ହୋଇଥିବା ଏହି ସାଇକେଲ ଯାତ୍ରାର ଗୋଟିଏ ଦଳ ମୁକ୍ତେଶ୍ୱର ମନ୍ଦିର ପର୍ଯ୍ୟନ୍ତ ଯିବ ।

ସେହିପରି ଆଉ ଗୋଟିଏ ଦଳ ଚଉଷଠି ଯୋଗିନୀ ମନ୍ଦିର ଓ ଧଉଳିସ୍ତୁପ ଯାଏଁ ଯିବ । ଏନେଇ ଯୁବକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଶିଳ୍ପ ମନ୍ତ୍ରୀ କ୍ୟାପ୍ଟେନ ଦିବ୍ୟଶଙ୍କର ମିଶ୍ର, ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, କ୍ରୀଡା ଓ ସଂସ୍କୃତି ସଚିବ ଦେବ ବିଶାଳ ଦେବ ପ୍ରମୁଖ ସାଇକ୍ଲୋଥନର ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସିଆଇଆଇ, ୟଙ୍ଗ ଇଣ୍ଡିଆନ, ଓଡିଶା ବାୟରୋଡ, ପ୍ରମୁଖ ଆୟୋଜନ କରିଛନ୍ତି । ଏହାର ମିଡିଆ ପାର୍ଟନର ରହିଛି କନକ ନ୍ୟୁଜ ଓ ରେଡିଓ ଚକଲେଟ୍ ।