କନକ ବ୍ୟୁରୋ: ସାଇବର ଠକେଇ ନେଇ ପୁଣି ସତର୍କ କରାଇଲେ ସରକାର । ଦେଶରେ ମହାମାରୀ ସଂକଟ ଜାରି ରହିଥିଲା ବେଳେ ଅନଲାଇନ ଠକେଇ ଭଳି ଅପରାଧ କିନ୍ତୁ ଥମିବାର ନାଁ ନେଉନାହିଁ । ଫଳରେ ଦିନକୁ ଦିନ ଠକଙ୍କର ପାର୍ଦୁଭାବ ବଢିବାରେ ଲାଗିଛି । ତେବେ ଦେଶରେ ସାଇବର ଠକେଇକୁ ନଜରରେ ରଖି ମିନିଷ୍ଟ୍ରୀ ଅଫ୍ ହୋମ ଆଫେୟାର୍ସର ସାଇବର ସିକ୍ୟୁରିଟି ଟ୍ୱିଟର ହ୍ୟାଣ୍ଡେଲ ସାଇବର ଦୋସ୍ତରେ ଲୋକଙ୍କୁ ଏସଂକ୍ରାନ୍ତରେ ସୂଚନା ଦିଆଯାଇଛି । ସରକାରଙ୍କ ପକ୍ଷରୁ ଲୋକଙ୍କୁ ଫେକ୍ କଲ ପ୍ରତି ସାବଧାନ ରହିବାକୁ ସତର୍କ କରାଯାଇଛି ।

Advertisment

publive-image

ତେବେ ଠକେଇ ଉଦ୍ଦେଶ୍ୟରେ ଆସୁଥିବା ଅଧିକାଂଶ କଲ +୯୨ ଏବଂ +୦୧ ନମ୍ବର ରୁ ଆରମ୍ଭ ହେଉଥିବା ବେଳେ ଏଥିରେ ସାଧାରଣ ଭଏସ କଲ ବ୍ୟତୀତ ୟୁଜର୍ସଙ୍କୁ ହ୍ୱାଟସଆପ କଲ ମଧ୍ୟ କରାଯାଉଛି । ତେବେ ଏଭଳି କଲ କରି ଠକମାନେ ଲୋକଙ୍କର ବ୍ୟକ୍ତିଗତ ତଥ୍ୟ ଚୋରି କରିବା ସହିତ ଆପଣଙ୍କ ଅଜାଣତରେ ଆପଣଙ୍କ ବ୍ୟାଙ୍କ ଖାତାରୁ ଟଙ୍କା ଖାଲି କରିଦେଇପାରନ୍ତି । ତେଣୁ ଯଦି କୌଣସି ଅଜଣା ନମ୍ବର କିମ୍ବା ଏଭଳି ନମ୍ବରକୁ ଆପଣଙ୍କ ନିକଟକୁ କୌଣସି ଭଏସ କଲ୍ କିମ୍ବା ହ୍ୱାଟସଆପ କିମ୍ବା ମେସେଜ ଆସେ ତେବେ ଆଦୌ ରିସିଭ୍ କରନ୍ତୁ ନାହିଁ କି ମେସେଜର ରିପ୍ଲାଏ ମଧ୍ୟ ଦିଅନ୍ତୁ ନାହିଁ । ଯଦି ବି ରିସିଭ କରିଦେଇଥାନ୍ତି ତେବେ ନିଜର କୌଣସି ବ୍ୟକ୍ତିଗତ ତଥ୍ୟ କିମ୍ବା ବ୍ୟାଙ୍କିଂ ଜନିତ ତଥ୍ୟ ସେୟାର ନକରିବାକୁ ଲୋକଙ୍କୁ ପରାମର୍ଶ ଦେଇଛି ସରକାରଙ୍କ ସାଇବର ସିକ୍ୟୁରିଟି ।