ବିଶ୍ୱବିଦ୍ୟାଳୟ ସ୍ତରରେ ପଢାଯିବ ସାଇବର ସୁରକ୍ଷା ସଚେତନତା କୋର୍ସ : ସ୍କୁଲସ୍ତରରେ ବି ପଢାଯିବ ସାଇବର ସୁରକ୍ଷା ସମ୍ପର୍କିତ ପାଠ୍ୟକ୍ରମ

Advertisment
ବିଶ୍ୱବିଦ୍ୟାଳୟ ସ୍ତରରେ ପଢାଯିବ ସାଇବର ସୁରକ୍ଷା ସଚେତନତା କୋର୍ସ : ସ୍କୁଲସ୍ତରରେ ବି ପଢାଯିବ ସାଇବର ସୁରକ୍ଷା ସମ୍ପର୍କିତ ପାଠ୍ୟକ୍ରମ

କନକ ବ୍ୟୁରୋ : ବିଶ୍ୱବିଦ୍ୟାଳୟ ସ୍ତରରେ ପଢାଯିବ ସାଇବର ସୁରକ୍ଷା ସଚେତନତା କୋର୍ସ । କେନ୍ଦ୍ର ସରକାର ସ୍କୁଲ ପାଠ୍ୟକ୍ରମରେ ସାଇବର ସୁରକ୍ଷା ସଚେତନତା କିପରି ପଢାଯାଇ ପାରିବ, ସେନେଇ ପ୍ରକ୍ରିିୟା ଆରମ୍ଭ କରିଛନ୍ତି । ସ୍କୁଲ ପାଠ୍ୟକ୍ରମ ଆରମ୍ଭରେ ଏହା ରହିବ । ଏହାର ବିସ୍ତୁତ ପାଠ୍ୟକ୍ରମ ଉଚ୍ଚଶିକ୍ଷା ଓ ଆଇଆଇଟିରେ ପଢାଯିବ । ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡିକରେ ବି କିପରି ସାଇବର ସୁରକ୍ଷା ସଚେତନ ସମ୍ପର୍କରେ ବିଷୟ ପଢାଯିବ ସେନେଇ ପଦକ୍ଷେପ ନେବାକୁ ସବୁ କୁଳପତିଙ୍କୁ ଚିଠି ଲେଖିଛନ୍ତି ୟଜିସି ସଚିବର ଜନିଷ ଜୈନ । ବିଶ୍ୱ ବିଦ୍ୟାଳୟ ଗୁଡିକ ନିଜ ଅନୁମୋଦିତ ଡିଗ୍ରୀ କଲେଜରେ ମଧ୍ୟ ଏହି ପାଠ୍ୟକ୍ରମ ଆରମ୍ଭ କରିପାରିବେ ବୋଲି ଚିଠିରେ ଉଲ୍ଲେଖ ଅଛି ।

‘ସାଇବର୍‌ସ୍ପେସ୍‌’ ହେଉଛି ‘ଇନ୍‌ଫର୍ମେସନ୍‌ ଆଣ୍ଡ୍‌ କମ୍ୟୁନିକେସନ୍‌ ଟେକ୍ନୋଲୋଜି’ (ଆସିଟି) ଉପକରଣ ଏବଂ ନେଟ୍‌ଓ୍ଵାର୍କ ସହାୟତାରେ ଚାଲୁଥିବା ଲୋକମାନଙ୍କ ମଧ୍ୟରେ ଭାବ ଆଦାନପ୍ରଦାନ ‘ସଫ୍‌ଟ‌ଓ୍ଵେର୍‌ ଓ ସର୍ଭିସ୍‌’ର ଏକ ଜଟିଳ ବାତାବରଣ। ତେଣୁ, ଏଥିପ୍ରତି ଅନେକ ପ୍ରକାର ଘଟଣାଦୁର୍ଘଟଣା ରହିଛି। ଏହି ଘଟଣାଦୁର୍ଘଟଣା ଉଦ୍ଦେଶ୍ୟମୂଳକ, ଆକସ୍ମିକ, ମାନବକୃତ କିଂବା ପ୍ରାକୃତିକ ହୋଇପାରେ। ସେଥିପାଇଁ ଆଜିର ‘ନେଟ୍‌ଓ୍ଵାର୍କ ଦୁନିଆ’ରେ ‘ସାଇବର୍‌ ସିକ୍ୟୁରିଟି ଆଓ୍ଵାର୍‌ନେସ୍‌’ ଚିନ୍ତାର ପ୍ରଧାନ ବିଷୟ ହୋଇଯାଇଛି।

ଭାରତ ସରକାର ‘ନ୍ୟାସ୍‌ନାଲ୍‌ ସାଇବର୍‌ ସିକ୍ୟୁରିଟି ଷ୍ଟ୍ରାଟେଜି’ କାଗଜପତ୍ର ପ୍ରସ୍ତୁତ କରିବା ପ୍ରକ୍ରିୟା ଚଳାଇଛନ୍ତି। ସ୍କୁଲ୍‌ସ୍ତରରୁ ‘ସାଇବର୍‌ ସିକ୍ୟୁରିଟି ଆଓ୍ଵାର୍‌ନେସ୍‌’ ଆରମ୍ଭ କରିବାକୁ ମଧ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ସ୍କୁଲ୍‌ ପାଠ୍ୟକ୍ରମରୁ ଆରମ୍ଭ ହେବାକୁ ଥିବା ଏହି ‘ସାଇବର୍‌ ନିରାପତ୍ତା ପଦକ୍ଷେପ’ କ୍ରମେ ଆଗକୁ ବଢ଼ିବ ଏବଂ ‘ଆଇଆଇଟି’ ଓ ଉଚ୍ଚ ଶିକ୍ଷା ସ୍ତରୀୟ ‘ସିଲାବସ୍‌’ରେ ‘ଅଫେନ୍‌ସିଭ୍‌’ ଓ ‘ଡିଫେନ୍‌ସିଭ୍‌’ ଆଦି ଅନ୍ତର୍ଭୁକ୍ତ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe