ନୟାନ୍ତ କଲାଣି ଲୋନ୍ ଆପ୍ ଠକେଇ । ଫଟୋ ନେଇ ଅପରାଧୀ ସଜାଉଛନ୍ତି ସାଇବର ଠକ

Advertisment
ନୟାନ୍ତ କଲାଣି ଲୋନ୍ ଆପ୍ ଠକେଇ । ଫଟୋ ନେଇ ଅପରାଧୀ ସଜାଉଛନ୍ତି ସାଇବର ଠକ

କନକ ବ୍ୟୁରୋ: ଲୋନ୍ ଆପ୍ ଠକେଇରେ ନୂଆ ବାଟ ଖୋଜିଛନ୍ତି ସାଇବର ଠକ । ଥରଟିଏ ସେମାନଙ୍କ ହାବୁଡରେ ପଡିଗଲେ ମୁକୁଳିବା ମୁସ୍କିଲ । ଫୋନ୍ ନମ୍ବର ହ୍ୟାକ୍ କରି ବ୍ଲାକମେଲ କରୁଛନ୍ତି । ଏପରିକି ଲୋନ ନେଇଥିବା ବ୍ୟକ୍ତିଙ୍କ ଫୋନ୍ ନମ୍ବରରେ ଫୋନ କରି ବାରମ୍ବାର ଟଙ୍କା ମାଗୁଛନ୍ତି । ଆଉ ଟଙ୍କା ଫେରାଇବାକୁ ଡେରି ହେଲେ ସେହି ବ୍ୟକ୍ତିଙ୍କୁ ଅପରାଧୀ ସଜାଇଦେଉଛନ୍ତି ଏହି ସାଇବର ଠକ । ଲୋନ ନେଇଥିବା ବ୍ୟକ୍ତିର ଫଟୋକୁ ନେଇ କରୁଛନ୍ତି ଖେଳ । ଫଟୋକୁ ଏଡିଟିଙ୍ଗ କରି କେତେବେଳେ ବଳାକ୍ରାରୀ ତ ଆଉ କେତେବେଳେ ହତ୍ୟାକାରୀ ସଜାଇଦେଉଛନ୍ତି ।

ନିକଟରେ ଏମିତି ଏକ ଘଟଣା ଘଟିଛି କଟକରେ । ଶୀଘ୍ର ଲୋନ ପାଇବା ଆଶାରେ ଜଣେ ଯୁବକ ଠକେଇର ଶିକାର ହୋଇଛନ୍ତି । ଆପ୍ଲିକେସନ୍ ଡାଉନଲୋଡ କରି ତକ୍ରାଳ ଲୋନ ପାଇବାକୁ ଉଦ୍ୟମ କରିବାବେଳେ ଫସିଛନ୍ତି ବିଡାନାସୀ ଅଞ୍ଚଳର ଜଣେ ବ୍ୟକ୍ତି । ସମୟ ସୀମା ଭିତରେ ନେଇଥିବା ଟଙ୍କାତକ ସୁଝିବା ସହ ଆପ୍ ଜରିଆରେ ଆହୁରି ଅଧିକ ଟଙ୍କା ପୈଠ କରିସାରିଲେଣି । ତଥାପି ତାଙ୍କ ପିଛା ଛାଡୁନାହାଁନ୍ତି ସାଇବର ଠକ । ବରଂ ସେ ଆବଶ୍ୟକତା ଠାରୁ ଅଧିକ ଟଙ୍କା ସୁଝିସାରିଥିଲେ ବି ତାଙ୍କ ପିଛାଛାଡୁନାହାଁନ୍ତି ବରଂ ତାଙ୍କର ଫଟୋକୁ ନେଇ ଅଶ୍ଳୀଳ ଢଙ୍ଗରେ ଏଡିଟିଙ୍ଗ କରି ଏହାକୁ ବିଭିନ୍ନ ଲୋକଙ୍କ ପାଠକୁ ପଠାଉଛନ୍ତି । ଏନେଇ ବ୍ୟକ୍ତିଜଣକ ପୋଲିସରେ ଅଭିଯୋଗ କରିଛନ୍ତି । ଏନେଇ କଟକ ସାଇବର ଥାନା ପକ୍ଷରୁ ଜାରି କରାଯାଇଛି ନକଲି ଲୋନ୍ ଆପର ଏକ ବିସ୍ତୃତ ତାଲିକା । ଆଉ ଏଥିରୁ ବର୍ତ୍ତିବାକୁ ଜାରି କରିଛି ଏକ ସତର୍କ ସୂଚନା

କେମିତି ବର୍ତ୍ତିବେ?
ଲୋନ ଆପକୁ ସହଜରେ ବିଶ୍ୱାସ କରନ୍ତୁ ନାହିଁ । ଲୋଭନୀୟ ଅଫର ଦେଇ ଯଦି କୌଣସି ଆପ୍ ଲୋନ୍ ଦେଉଛି ତାହା ଗ୍ରହଣ କରିବା ଭୁଲ । ତତକାଳ ଲୋନ୍ ଲୋଭରେ କାହାରିକୁ ବ୍ୟକ୍ତିଗତ ପ୍ରମାଣପତ୍ର ଯେପରିକି ଆଧାରକାଡ;, ପ୍ୟାନକାର୍ଡ, ଭୋଟର କାର୍ଡ, ବ୍ୟାଙ୍କ ଆକାଉଣ୍ଟର ସୂଚନା ସେୟାର କରନ୍ତୁ ନାହିଁ । ବ୍ୟକ୍ତିଗତ ପ୍ରଦର୍ଶନ, ଆର୍ଥିକ ସ୍ଥିତି, ଶୁଝିବାର କ୍ଷମତା ନ ପରଖି କୌଣସି ବ୍ୟାଙ୍କ ଲୋନ ଦିଏନାହିଁ । ତେଣୁ ଅଯଥାରେ ଲୋନ ଆପରେ ବିଶ୍ୱାସ କରି ଠକେଇର ଶିକାର ହୁଅନ୍ତୁ ନାହିଁ ।

ଆଜିକାଲି ଏପରି ଠକେଇ ସୀମା ଟପିଥିବାରୁ ସାଇବର ପୋଲିସ ମଧ୍ୟ ନିରୂପାୟ ହୋଇ ହାତ ଟେକିଦେଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe