କନକ ବ୍ୟୁରୋ : ସାଧାରଣ ଜନତାଙ୍କ କଥା କିଏ ପଚାରେ । ଏବେ ସାଇବର ଠକାମୀରେ ଶିକ୍ଷିତ ଲୋକମାନେ ମଧ୍ୟ ପଡିଯାଉଛନ୍ତି । ନେତା ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଉଚ୍ଚପଦରେ ଥିବା ଅଫିସରମାନେ ମଧ୍ୟ ଏହି ସାଇବର ଠକଙ୍କ ଜାଲରେ ପଡିଯାଉଛନ୍ତି । ଏହାସହ ଆପଣଙ୍କୁ ଦୈନିକ ସାଇବର ଠକମୀ ବାବଦରେ ସଚେତନ କରାଉଥିବା ପୋଲିସ ବାବୁ ମଧ୍ୟ ଏହି ଜାଲରେ ପଡି ଲକ୍ଷ ଲକ୍ଷ ଟଙ୍କା ହରାଉଛନ୍ତି । ପୁଣି ଏଭଳି ଏକ ମାମଲା ଆସିଛି ଉତ୍ତର ପ୍ରଦେଶରରୁ । ଏଠାରେ ବୁନ୍ଦାର ଜଣେ ପୋଲିସ କର୍ମଚାରୀ ଲୋଭରେ ପଡି ସାଇବର ଠକଙ୍କ ଦ୍ୱାରା ହଜାର ହାଜର ଟଙ୍କା ଠକେଇରେ ଶିକାର ହୋଇଛନ୍ତି ।

Advertisment

ଠକମୀରେ ଶିକାର ହୋଇଥିବା ପୋଲିସ କର୍ମଚାରୀଙ୍କ କହିବା ଅନୁସାରେ ତାଙ୍କୁ ଏକ ଫୋନ୍ କଲ ଆସିଥିଲା ଫୋନ କରିଥିବା ବ୍ୟକ୍ତି ଜଣଙ୍କ କହିଥିଲା ତାଙ୍କ ପୁଅ କୌଣସି ଏକ ପ୍ରତିଯୋଗିତାରେ ସଫାରି କାର ଜିତିଛନ୍ତି । ସେଥି ପାଇଁ ତାଙ୍କୁ ଆଧାର କାର୍ଡ ଏବଂ କିଛି ବ୍ୟାଙ୍କ ବିବରଣୀ କାଗଜ ପତ୍ର ଦେବା ପାଇଁ ପଡିବ । ଏସବୁ ପାଇଲେ ସେ ଯେତେ ଶୀଘ୍ର ସମ୍ଭବ ତାଙ୍କ ପୁଅ ଜିତିଥିବା କାର ତାଙ୍କ ପାଖକୁ ପଠାଇପାରିବେ । ଠକ ମାନଙ୍କର କଥାରେ ଫସିଯାଇ ପୋଲିସକର୍ମୀ ସେମାନଙ୍କୁ ନିଜର ଆଧାର କାର୍ଡ ଓ ବ୍ୟାଙ୍କ ବିବରଣୀ ଦେଇଥିଲେ । ତୁରନ୍ତ ସେହି ସବୁ ତଥ୍ୟ ଅପରାଧି ମାନଙ୍କୁ ଦେବା ପରେ ତାଙ୍କ ବ୍ୟାଙ୍କ ଖାତାରୁ ୮୨ ହଜାର ଟଙ୍କା ଟ୍ରାନଜେକ୍ସନ୍ ହେବାର ମେସେଜ୍ ଆସିଥିଲା ଫୋନକୁ । ତାଙ୍କ ଫୋନକୁ ଆସିଥିବା ମେସେଜ୍ ଦେଖି ପୋଲିସ କର୍ମୀଙ୍କର ନିଦ ହଜିଯାଇଥିଲା   । ଠକାମିର ଶିକାର ହେବା ଜାଣି ପୋଲିସ ଜଣକ ତୁରନ୍ତ ତାଙ୍କ ବ୍ୟାଙ୍କ ଖାତାକୁ ବନ୍ଦ କରିଥିଲେ । ଏବଂ ସିଧା ଏସପିଙ୍କ ପାଖରେ ଯାଇ ପହଁଚିଥିଲେ ପୋଲିସ କର୍ମୀ ଜଣକ । ସେ ସାଇବର ଠକାମିର ଶିକାର ହୋଇଛନ୍ତି ବୋଲି ଏସପିଙ୍କୁ ଜଣାଇଥିଲେ ।

ତୁରନ୍ତ ଏସପି ଅଙ୍କୁର ଅଗ୍ରବାଲ ଏହି ମାମଲା ଉପରେ ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତରୁ ଜଣା ପଡିଥିଲା ୪ଜଣ ସାଇବର ଠକ ମିଶି ପୋଲିସର୍ମୀଙ୍କୁ ଠକିଛନ୍ତି । ଏହି ୪ଜଣ ସାଇବର ଠକ ହେଉଛନ୍ତି ଝାଡଖଣ୍ଡର ବାସିନ୍ଦା ।

ଏସପି ଅଙ୍କୁର ଅଗ୍ରୱାଲ ତୁରନ୍ତ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ୪ଜଣ ସାଇବର ଠକଙ୍କ ନାମରେ ମାମଲା ରୁଜୁ କରି ସେମାନଙ୍କୁ ଧରିବାକୁ ଚେଷ୍ଟା ଚଳାଇଛନ୍ତି । ସେମାନଙ୍କ ବିରୋଧରେ ଧାରା ୪୨୦/୪୦୬ରେ ମାମଲା ରୁଜୁ ହୋଇଛି ।