ପୁଣି ଲୁଟିନେଲେ ସାଇବର ଠକ : ଏସକର୍ଟ ସର୍ଭିସ ନାଁରେ ଯୁବକଙ୍କଠାରୁ ଠକେଇ; ଗୁଗଲ ପେ’ରୁ ଠକିନେଲେ ୯୪ହଜାର ଟଙ୍କା

୨୦ମିନିଟ କଥାବାର୍ତା ଭିତରେ ଆକାଉଂଟକୁ ସଫା କରିଦେଲେ ଠକ; ସାଇବର ହେଲ୍ପ ଡେସ୍କର ସହାୟତା ନେଲେ ଯୁବକ

363

କନକ ବ୍ୟୁରୋ : ପୁଣି ଲୁଟିନେଲେ ସାଇବର ଠକ । ଏସ୍କର୍ଟ ସର୍ଭିସ ନାଁରେ ଗୁଗଲ ପେ’ରୁ ଠକିନେଇଛନ୍ତି ୯୪ ହଜାର  ୭୩୧ ଟଙ୍କା । ଭୁବନେଶ୍ୱରରେ ଏଭଳି ଯୁବକଙ୍କ ଠାରୁ ବଡ ଠକେଇ ହୋଇଛି । ଏସ୍କର୍ଟ ସର୍ଭିସରେ କର୍ଲଗାର୍ଲ ଦେବେ କହି ଯୁବକଙ୍କୁ ଠକି ନେଇଛନ୍ତି ଦୁର୍ବୃତ । ସିଲିଗୁଡିରୁ କର୍ଲଗାର୍ଲ ଦେବେ କହି  ଭୁବନେଶ୍ୱରରୁ  ଟଙ୍କା ଗାଏବ କରିଦେଇଛନ୍ତି ସାଇବର ଠକ । ୨୦ ମିନିଟର କଥାବାର୍ତା ଭିତରେ ଆକାଉଂଟକୁ ସଫା କରିଦେଇଛନ୍ତି ଯୁବକ । ଏ ନେଇ ସାଇବର ହେଲ୍ପ ଡେସ୍କର ସହାୟତା ନେଇଛନ୍ତି ସଂପୃକ୍ତ ଯୁବକ ।

ତେବେ, କରୋନା କାଳରେ ବଢ଼ି ଚାଲିଛି ଅନଲାଇନ୍ ଠକେଇ । ଲକଡାଉନ୍ ଆଦି କରୋନା କଟକଣା ଯୋଗୁଁ ଅନଲାଇନ୍ କାରବାର ବଢ଼ି ଚାଲିଛି । ଆଉ ଏହାର ଫାଇଦା ଦେବାକୁ ସକ୍ରିୟ ହୋଇ ଉଠିଛନ୍ତି ସାଇବର ଠକ୍ । କେବଳ ବଡ଼ ବଡ଼ ସହର ନୁହେଁ ଉପାନ୍ତ ଓଡ଼ିଶାରେ ମଧ୍ୟ ଭିନ୍ନ ଭିନ୍ନ ଉପାୟ କରି ସାଧାରଣ ଲୋକଙ୍କ ଠାରୁ ଠକି ନେଉଛନ୍ତି ହଜାର ହଜାର ଟଙ୍କା । ଗତବର୍ଷ ଜାନୁଆରୀରୁ ଜୁଲାଇ ମଧ୍ୟରେ ରାଜ୍ୟରେ ଯେତିକି ସାଇବର ମାମଲା ହୋଇଥିଲା, ଚଳିତବର୍ଷ ଏହି ସମୟ ମଧ୍ୟରେ ୧୭ ପ୍ରତିଶତରୁ ଅଧିକ ସାଇବର ମାମଲା ଦାୟର ହୋଇଥିବା ଜଣାପଡିଛି ।