ଫେସବୁକ୍ ବ୍ୟବହାରକାରୀ ସାବଧାନ୍ । ନ୍ୟୁଡ୍ ଭିଡ଼ିଓ କଲର ଜାଲ ବିଛାଉଛି ସାଇବର ଠକ, ବ୍ଲାକମେଲିଂ କରି ଲୁଟିନେଉଛନ୍ତି ଟଙ୍କା ।

226

କନକ ବ୍ୟୁରୋ : ଠକିବାର ନୂଆ ଉପାୟ ବାହାର କରିଛନ୍ତି ସାଇବର ଠକ । ପ୍ରଥମେ ସୋସିଆଲ ମିଡିଆ ମାଧ୍ୟମରେ ବନ୍ଧୁତା ବଢାଉଛନ୍ତି । ଟଙ୍କା ଲୁଟିବା ପାଇଁ ସାଇବର ଠକ ବିଛାଉଛନ୍ତି ନ୍ୟୁଡ୍ ଭିଡିଓ କଲର ଜାଲ । ଫେସବୁକରେ ଯୋଗାଯୋଗ ପରେ ହ୍ୱାଟ୍ସଆପରେ ସମ୍ପର୍କ ବଢାଉଛନ୍ତି । ଆଉ ତାପରେ ଆସୁଛି ନ୍ୟୁଡ ଭିଡିଓ କଲ୍ । ଏଭଳି ଜାଲରେ ଫସିଛନ୍ତି ଓଡିଆ ଯୁବକ ।

ସାଇବର ଠକଙ୍କ ନୂଆ ଫର୍ମୁଲା । ବିଛାଉଛନ୍ତି ନ୍ୟୁଡ ଭିଡିଓ କଲର ଜାଲ । ଜାଲରେ ଫସିଲେ କରୁଛନ୍ତି ବ୍ଲାକମେଲିଂ । ଆପଣଙ୍କ ଫେସବୁକ ଆକାଉଣ୍ଟରେ ଆସୁଛି କି ଅଜଣା ବ୍ୟକ୍ତିଙ୍କ ଫ୍ରେଣ୍ଡ ରିକ୍ୱେଷ୍ଟ । ଅଜଣା ବ୍ୟକ୍ତିଙ୍କ ସହ କରୁଛନ୍ତି କି ବନ୍ଧୁତା । ଫେସବୁକରେ ଚାଟ୍ କଲାପରେ ଅଜଣା ବ୍ୟକ୍ତି ମାଗୁଛନ୍ତି କି ହ୍ୱାଟ୍ସଆପ ନମ୍ବର । ଯଦି ଏସବୁ ଘଟୁଛି ତେବେ ହୋଇଯାଆନ୍ତୁ ସାବଧାନ । କାରଣ ଆପଣଙ୍କ ଅସାବଧାନତା ଆପଣଙ୍କୁ ସମସ୍ୟାରେ ପକାଇପାରେ । ଟଙ୍କା ଲୁଟିବା ପାଇଁ ସାଇବର ଠକ ବିଛାଉଛନ୍ତି ନ୍ୟୁଡ୍ ଭିଡିଓ କଲର ଜାଲ । ଫେସବୁକରେ ଯୋଗାଯୋଗ ପରେ ହ୍ୱାଟ୍ସଆପରେ ସମ୍ପର୍କ ବଢାଉଛନ୍ତି । ଆଉ ତାପରେ ଆସୁଛି ନ୍ୟୁଡ ଭିଡିଓ କଲ୍ । ଏଭଳି ଜାଲରେ ଫସିଛନ୍ତି ଓଡିଆ ଯୁବକ ।

ଭିଡିଓ କଲ୍ ସରିବା ପରେ ସେହି ସମୟର ସ୍କ୍ରିନ ସଟକୁ ପରିବାର ଲୋକଙ୍କୁ ପଠାଇ ଦିଆଯିବ କହି ଧମକ ଦିଅନ୍ତି । ବାରମ୍ବାର କଲ୍ କରି ବ୍ଲାକମେଲ ବି କରନ୍ତି । ଓଡି଼ଶାର ଅନ୍ୟ ଜଣେ ଯୁବକବି ଏଭଳି ଜାଲରେ ଫସିଛନ୍ତି । ତାଙ୍କ ସହିତ ବି ଘଟିଛି ସମାନ ଘଟଣା । ପୀଡିତ ଜଣକ ଟଙ୍କା ନଦେବାରୁ ୟୁଟ୍ୟୁବର ପ୍ରତିନିଧି କହି ଟଙ୍କା ହାତେଇବାକୁ ଚେଷ୍ଟା କରୁୁଛନ୍ତି । ଟଙ୍କା ନଦେଲେ ୟୁଟ୍ୟୁବରେ ନ୍ୟୁଡ ଭିଡିଓ କଲର ଭିଡିଓ ଅପଲୋଡ କରିଦେବାକୁ ଧମକ ବି ଦେଇଛନ୍ତି । ଗୁଗୁଲ ପେ କିମ୍ବା ଫୋନ ପେ’ରେ ଟଙ୍କା ଦେବାକୁ ବାରମ୍ବାର କହୁଛନ୍ତି ସାଇବର ଠକ ।

ନ୍ୟୁଡ ଭିଡିଓ କଲର ରାକେଟ ଦେଶବ୍ୟାପି ଚାଲିଥିବାବେଳେ ଓଡିଶାର ୟୁବକ ବି ଏହି ଜାଲରେ ଫସିଲେଣି । ତେବେ ଅଜଣା ବ୍ୟକ୍ତିଙ୍କ ଫ୍ରେଣ୍ଡ ରିକ୍ୱେଷ୍ଟ ଆସିଲେ ଭଲ ଭାବେ ଯାଞ୍ଚ କରିବାକୁ ପରାମର୍ଶ ଦେଇଛନ୍ତି ସାଇବର ବିଶେଷଜ୍ଞ । ଏଭଳି ରାକେଟ ସମ୍ପର୍କରେ ସାଇବର ଥାନାକୁ ଜଣାଇବାକୁ କହିଛନ୍ତି ।