ସାଇବର ଠକେଇର ଶିକାର ହେଲେ ବ୍ୟବସାୟୀ । ଠକଙ୍କୁ ଧରିବାରେ ଫେଲ ମାରିଲା ପୋଲିସ । କାଠ ଯୋଗାଇ ଦେବା ନାଁରେ ଠକେଇର ଶିକାର ହୋଇଥିବା ଅଭିଯୋଗ

68

କନକ ବ୍ୟୁରୋ: ସାଇବର ଠକେଇର ଶିକାର ହେଲେ ବ୍ୟବସାୟୀ । ଠକମାନଙ୍କୁ ଧରିବାରେ ଫେଲ ମାରିଲା ପୋଲିସ । ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ବାଙ୍କୋଇ ଗାଁର ହେଉଛନ୍ତି ବ୍ରଜବନ୍ଧୁ ସାହୁ ସାଇବର ଠକେଇର ଶିକାର ହୋଇଛନ୍ତି । ୨୦୧୯ ଅଗଷ୍ଟ ମାସରେ ଟ୍ରେଡ ୟୁନାଇଟେଡ ଲିମିଟେଡ ନାମକ ଏକ ବିଦେଶୀ ୱେବସାଇଟ କାଠ ଯୋଗାଇ ଦେବାର ସୂଚନା ଦେଇଥିଲା । ବ୍ରଜବନ୍ଧୁ ସେହି ସଂସ୍ଥା ସହିତ ନିଜ କାଠ ଗୋଲର ବ୍ୟାଙ୍କ ଖାତା ନମ୍ବର ସହିତ ସମସ୍ତ କାଗଜପତ୍ର ଦେଇ ୧୬ ଲକ୍ଷ ୩୨ ହଜାର ଉକ୍ତ ସଂସ୍ଥାକୁ ପଠାଇଥିଲେ । ବ୍ୟାଙ୍କରୁ ଋଣ ଆଣି ଏହି ଟଙ୍କାକୁ ସେ ପଠାଇଥିଲେ ।

ଚୁକ୍ତି ଅନୁସାରେ ୩୦.୦୮.୨୦୧୯ ତାରିଖରେ କାଠ ଜାହାଜ ପାରାଦୀପ ବନ୍ଦରରେ ଲାଗିବ ବୋଲି ସୂଚନା ଦିଆଯାଇଥିଲା । ମାତ୍ର ସେହି ଦିନ କୌଣସି କାଠ ଆସିନଥିଲା । ସେହି ସଂସ୍ଥା ଜଗବନ୍ଧୁଙ୍କ ଠାରୁ ଠକି ନେଇଥିବା ଜାଣିବାକୁ ପାଇଥିଲେ । ପରେ ଏନେଇ ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣିନଥିବା କହିଛନ୍ତି ଜଗବନ୍ଧୁ । ୧୫ ଦିନ ଭିତରେ ତାଙ୍କ ସମସ୍ୟାର ସମାଧାନ କରାନଗଲେ ଖୋର୍ଦ୍ଧା ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଅତ୍ମହତ୍ୟା କରିବାକୁ ଚେତାବନୀ ଦେଇଛନ୍ତି ।