ଆପଣଙ୍କ ନାଁରେ ଫେକ୍ ଆଇଡି କରି ଟଙ୍କା ଲୁଟୁଛନ୍ତି ଅନଲାଇନ୍ ଲୁଟେରା । ଓଡ଼ିଶାରେ ମାତିଛନ୍ତି ସାଇବର ଠକ, ଟିକିଏ ଅସାବଧାନତା କଲେ, ଆପଣ ବି ହୋଇପାରନ୍ତି ଠକାମିର ଶିକାର । ରିପୋର୍ଟ ଦେଖନ୍ତୁ, ଏବଂ ବୁଝନ୍ତି କେମିତି ଫେକ୍ ଆଇଡିରେ ଟଙ୍କା ଲୁଟୁଛନ୍ତି ଚାଲାକ ଠକ ।

255

କନକ ବ୍ୟୁରୋ: ମାତିଛନ୍ତି ସାଇବର ଲୁଟେରା । ଏହି ସାଇବର ଲୁଟେରାଙ୍କ ଟାର୍ଗେଟରେ ଏବେ ପ୍ରତିଷ୍ଠିତ ବ୍ୟବସାୟୀ । ଭୁବନେଶ୍ୱର ଟଙ୍କପାଣି ରୋଡରେ ରହୁଥିବା ରିୟଲଷ୍ଟେଟ ବ୍ୟବସାୟୀ ବିରଂଚି ନାରାୟଣ ପଣ୍ଡାଙ୍କୁ ମଧ୍ୟ ଏହି ସାଇବର ଠକ ମାନେ ଠକିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ବିରଂଚି କରିଥିବା ଅଭିଯୋଗ ଅନୁଯାୟୀ, ପ୍ରଥମେ ତାଙ୍କର ଫେସବୁକ ଆକାଉଂଟକୁ ହ୍ୟାକ କରିଥିଲା ସାଇବର ଠକ । ପରେ ମେସେଞ୍ଜର ସାହାର୍ଯ୍ୟରେ ବିରଂଚିଙ୍କ ଫ୍ରେଣ୍ଡଲିଷ୍ଟରେ ଥିବା କିଛି ବ୍ୟକ୍ତିଙ୍କୁ ୫ହଜାର ଟଙ୍କା ଲେଖାଏ ପଠାଇବାକୁ ନିବେଦନ କରିଥିଲା ସାଇବର ଠକ ।

ସୌଭାଗ୍ୟବଶତଃ କିଛି ବ୍ୟକ୍ତି ଟଙ୍କା ପଠାଇବାକୁ ଉଦ୍ୟମ କରି ଫେଲ ମାରିବା ପରେ ବିରଂଚିଙ୍କୁ ଫୋନ କରି ଏ ବାବଦରେ ପଚାରିଥିଲେ । ଏଥିରୁ ବିରଂଚି ଜାଣିପାରିଥିଲେ କେହି ତାଙ୍କ ସହିତ ଠକେଇ କରୁଛି । ଏହା ପରେ ସେ ପୋଲିସକୁ ପୁରା ଘଟଣା ସମ୍ପର୍କରେ ଅବଗତ କରାଇଥିଲେ । ଶୁଣନ୍ତୁ ଏହି ଠକେଇ କେମିତି ହେଉଛି, କଣ କହୁଛନ୍ତି ସାଇବର ଏକ୍ସପର୍ଟ ।

ଟଙ୍କା ଲୁଟରୁ ବିରଂଚି ବଂଚିଯାଇଛନ୍ତି ସତ । କିନ୍ତୁ କିଏ ଜାଣେ କାଲି ସକାଳେ ଆପଣ ଏମିତି ଠକେଇର ଶିକାର ନହେବେ ବୋଲି । ତେଣୁ ଯଦି ଆପଣ ଫେସବୁକ ବ୍ୟବହାର କରୁଛନ୍ତି, ଆଉ ଏମିତି କିଛି ଘଟଣା ଆପଣଙ୍କ ସହ ଘଟୁଛି ତୁରନ୍ତ ସତର୍କ ହୁଅନ୍ତୁ ଏବଂ ଏହାକୁ ପୋଲିସର ଦୃଷ୍ଟିକୁ ଆଣନ୍ତୁ ।