କନକ ବ୍ୟୁରୋ : ଭୁବନେଶ୍ୱର ବାସିନ୍ଦା ଦିଲୀପ କୁମାର ସ୍ୱାଇଁ। ଦିଲ୍ଲୀପଙ୍କ ନିକଟକୁ ସାଇବର ଲୁଟେରା ମାନେ ନିଜକୁ କ୍ରେଡିଟ କାର୍ଡ କମ୍ପାନିର ଅଧିକାରୀ ପରିଚୟ ଦେଇ ଫୋନ କରିଥିଲେ। ଆପଣଙ୍କ କ୍ରେଡିଟ କାର୍ଡରେ ଅନ୍ତର୍ଜାତୀୟ ସେବା ଆକ୍ଟିଭେଟ ହୋଇଛି। ସେଥିପାଇଁ ଆପଣଙ୍କ ଆକାଉଣ୍ଟରୁ କଟିବ ୭ହଜାର ଟଙ୍କା। ଲୁଟେରାମାନଙ୍କ କଥାକୁ ବିଶ୍ବାସ କରିନେଇଥିଲେ ଦିଲ୍ଲୀପ। ଆଉ ଦେଖୁ ଦେଖୁ ସଫା ହୋଇଗଲା ଦିଲ୍ଲୀପଙ୍କ ବ୍ୟାଙ୍କ ଆକାଉଂଟ। ଦିଲ୍ଲୀପଙ୍କ ଆକାଉଣ୍ଟରୁ ୧ ଲକ୍ଷରୁ ଅଧିକ ଟଙ୍କାର ଚୁନା ଲଗାଇଥିଲେ ସାଇବର ଲୁଟେରା।

Advertisment

ନଜର ପକାନ୍ତୁ ଠକେଇର ଏହି ତରିକା ଉପରେ
ବ୍ୟାଙ୍କର ଏକ ନକଲି ଲିଙ୍କ ଦିଲୀପଙ୍କ ନିକଟକୁ ହ୍ବାଟ୍ସଆପରେ ପଠାଇଥିଲେ ସାଇବର ଲୁଟେରା
ବ୍ୟାଙ୍କର ଏହି ନକଲି ଲିଙ୍କକୁ ଫୋନରେ ଇନଷ୍ଟଲ କରିଥିଲେ ଦିଲୀପ
ଲିଙ୍କ ଇନଷ୍ଟଲ ହେବା ପରେ ଫୋନର ସମସ୍ତ କଣ୍ଟ୍ରୋଲ କରୁଥିଲେ ଲୁଟେରା
ଲିଙ୍କ ଇନଷ୍ଟଲ କରିବା ପରେ କ୍ରେଡିଟ କାର୍ଡ ନମ୍ୱର ସହ ସିଭିଭି ନମ୍ବର ମାଗିଥିଲେ
କାର୍ଡ ଓ ସିଭିଭି ନମ୍ବର ପାଇବା ପରେ ଟଙ୍କା ଟ୍ରାନ୍ସଫର କରିନେଇଥିଲେ ଲୁଟେରା
ଦିଲ୍ଲୀପଙ୍କ ନିକଟକୁ ଆସିଥିବା ଓଟିପି, ଲିଙ୍କ ମାଧ୍ୟମରେ ପାଇଥିଲେ ଲୁଟେରା
ଗୋଟିଏ ମିନିଟରେ ପୂରା ଆକାଉଣ୍ଟ ଖାଲି ହୋଇଯାଇଥିଲା

ପ୍ରତ୍ୟେକ ଦିନ ଅନେକ ଲୋକ ଏଭଳି ସାଇବର ଠକାମିର ଶିକାର ହେଉଥିଲେ ମଧ୍ୟ ଲୋକେ ସଚେତନ ହେଉନାହାନ୍ତି ଆଉ ଏହାର ଫାଇଦା ଉଠାଇ ଭିନ୍ନ ଭିନ୍ନ ଉପାୟରେ ଚୁନା ଲଗାଉଛନ୍ତି ସାଇବର ଲୁଟେରା।