ଶ୍ରୀକ୍ଷେତ୍ରରେ ମାତିଛନ୍ତି ସାଇବର ଠକ : ଫେକ ୱେବସାଇଟ୍ ଖୋଲି ତୀର୍ଥଯାତ୍ରୀଙ୍କୁ ଠକେଇ

67

କନକ ବ୍ୟୁରୋ : ଆପଣ ପୁରୀ ଆସି ଜଗାଦର୍ଶନ କରିବା ପରେ ରହିବାକୁ ଚାହୁଁଛନ୍ତି କି ? ପୁରୀ ଆସିବା ଆଗରୁ ଅନଲାଇନରେ ରୁମ ବୁକ କରିବା କଥା ଭାବୁଛନ୍ତି କି ? ଯଦି ହଁ ତେବେ ସାବଧାନ ରୁହନ୍ତୁ । କାରଣ ପୁରୀରେ ଏବେ ମାତିଛନ୍ତି ସାଇବର ଲୁଟେରା । ଶ୍ରୀଜଗନ୍ନାଥଙ୍କୁ ଦର୍ଶନ ପାଇଁ ପୁରୀ ଆସୁଥିବା ଶ୍ରଦ୍ଧାଳୁଙ୍କୁ ଫେକ୍ ୱେବସାଇଟ୍ ଖୋଲି ଚୁନା ଲଗାଉଛନ୍ତି ସାଇବର ଠକ । ଠକେଇର ଶିକାର ହୋଇଥିବା ୫ଜଣ ଭକ୍ତ ଶ୍ରୀମନ୍ଦିର ପ୍ରଶାସନ ୱେବସାଇଟରେ ଅଭିଯୋଗ କରିବା ପରେ ଘଟଣା ସାମ୍ନାକୁ ଆସିଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ଟାଉନଥାନା ଓ ସାଇବର ଥାନାରେ ଏତଲା ଦିଆଯାଇଛି । ଅଭିଯୁକ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।

ଅଭିଯୋଗ ଅନୁସାରେ ପ୍ରମୋଦ ଶାହା ନାମକ ଜଣେ ସାଇବର ଠକ ନୀଳାଚଳ ଭକ୍ତ ନିବାସ ଓ ଯାତ୍ରୀ ନିବାସରେ ନାଁରେ ୟୁପିଏ ଆକାଉଣ୍ଟ ଖୋଲିବା ସହ ତୀର୍ଥଯାତ୍ରୀଙ୍କ ଠାରୁ ୨୧ ହଜାର ଟଙ୍କା ଠକେଇ କରିିଛି । ନୀଳାଚଳ ଭକ୍ତ ନିବାସ ଓ ଯାତ୍ରୀ ନିବାସ ରହିବା ପାଇଁ ଅନଲାଇନରେ ବୁକ କରି ୫ ଜଣ ଶ୍ରଦ୍ଧାଳୁ ଠକାମୀରେ ପଡିଛନ୍ତି । ଅନ୍ୟପଟେ ଶ୍ରୀମନ୍ଦିର ପ୍ରଶାସନ ୱେସାଇଟ ମାଧ୍ୟମରେ ରୁମ ବୁକ କରିବାକୁ ଅନୁରୋଧ କରିଛନ୍ତି ଉନ୍ନୟନ ପ୍ରଶାସକ । ସେହିପରି ସାଇବର ଏକ୍ସପର୍ଟ ଓ ହୋଟେଲିଅର୍ସ ଲୋକେ ସଚେତନ ଓ ସତର୍କ ହେବା ଉପରେ ଜୋର ଦେଇଛନ୍ତି ।