କନକ ବ୍ୟୁରୋ : ସୁପର ଲାଇକ୍ ଆପ୍ । ଲୋକଙ୍କୁ କୁହାଗଲା ସୋସିଆଲ ମିଡିଆରେ ଲାଇକ୍ କଲେ ମିଳିବ ହଜାର ହଜାର ଟଙ୍କା । ସହଜ ରୋଜଗାର ପନ୍ଥା ଦେଖି ଏଥିରେ ଫସିଗଲେ ଖୋର୍ଦ୍ଧା କୁହୁଡି ଗାଁର ଅନେକ ଶିକ୍ଷିତ ଯୁବକ ଯୁବତୀ ।
ଠକେଇର ଜାଲ ବିଛାଇଥିଲା ସୁପର ଲାଇକ୍ ରିକ୍ରୁମେଂଟ କମ୍ ଆଣ୍ଡ ଅର୍ଣ୍ଣ ନାମକ ଏକ ଠକ କମ୍ପାନୀ । ଦୈନିକ ରୋଜଗାରର ଲୋଭ ଦେଖାଇ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଯାଇଛନ୍ତି । ପ୍ରଥମେ କିଛି ଦିନ ଟଙ୍କା ଦେବା ପରେ ବନ୍ଦ ହୋଇଥିଲା ଆପ୍ । ଏ ନେଇ ଠକାମୀର ଶିକାର ହୋଇଥିବା ବ୍ୟକ୍ତି ଜାଣିବା ପୂର୍ବରୁ ଟଙ୍କା ହଡ଼ପ କରି ନେଇଥିଲା ଠକ ସଂସ୍ଥା ।
ଠକ କଂପାନୀ ପ୍ରତିଶ୍ରୁତି ଦେଇଥିଲା, ଟଙ୍କା ଡିପୋଜିଟ୍ କଲେ, ପ୍ରତ୍ୟେକ ଲାଇକ୍ରେ ୨୦ ଟଙ୍କା ମିଳିବ । ଯେତିକି ସଭ୍ୟ ସଂଗ୍ରହ କରିବ ତା’ ଉପରେ କମିସନ୍ ମିଳିବ । ଫଳରେ କିଛି ଶିକ୍ଷିତ ଯୁବକ ଯୁବତୀ ଧାର କରଜ କରି କମ୍ପାନୀର ଆକାଉଂଟରେ ଟଙ୍କା ଡିପୋଜିଟ୍ କରିଥିଲେ । ଦିନ ଗଡ଼ିବା ପରେ ଟଙ୍କା ମିଳିବା ଦୂରର କଥା, ଏହି ସାଇଟ୍ ମଧ୍ୟ ବନ୍ଦ ହୋଇଗଲା । ଏବେ କ୍ରାଇମ୍ବ୍ରାଂଚ ଓ ସାଇବର ସେଲ୍ର ଦ୍ୱାରସ୍ଥ ହୋଇଛନ୍ତି ଠକାମୀରେ ଶିକାର ହୋଇଥିବା ବ୍ୟକ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/03/vlcsnap-2021-03-08-07h37m09s900.png)