ନାବାଳକ ସାଇବର ଠକକୁ ଗିରଫ କଲା ସମ୍ବଲପୁର ପୁଲିସ : ପ୍ରଶାସକ, ନେତା ମନ୍ତ୍ରୀଙ୍କ ନାଁରେ ଫେକ୍ ଫେସବୁକ୍ ଆଇଡି ଖୋଲି କରୁଥିଲା ଠକେଇ 

279

କନକ ବ୍ୟୁରୋ : ଫେକ୍ ଫେସବୁକ୍ ଆକାଉଂଟ ସାହାଯ୍ୟରେ ଟଙ୍କା ହଡପ୍ କରୁଥିବା ନାବାଳକକୁ ବାନ୍ଧିଛି ସମ୍ବଲପୁର ପୋଲିସ । ପ୍ରଶାସନିକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ନେତା, ମନ୍ତ୍ରୀ ଓ ବ୍ୟବସାୟୀଙ୍କ ନାମରେ ଫେକ୍ ଫେସବୁକ ଆକାଉଂଟ କରି ଲୋକଙ୍କୁ ଠକୁଥିବା ନାବାଳକ ଠକ ଗିରଫ ।

ପୋଲିସ ଏଭଳି ଏକ ନାବାଳକ ଠକକୁ ଗିରଫ କରିଛି । ନାବାଳକ ଜଣକ ନିଜର ମୋବାଇଲରେ ସମ୍ବଲପୁର ଜିଲ୍ଲାପାଳ ଶୁଭମ ସକ୍ସେନା, ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ, ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ନାଁରେ ଫେକ୍ ଫେସବୁକ୍ ଆକାଉଂଟ ଖୋଲି ଲୋକଙ୍କୁ ଠକୁଥିଲା । ଫେସବୁକରେ ଫ୍ରେଣ୍ଡ ରିକ୍ୟୁଏଷ୍ଟ ପଠାଇବା ପରେ ଆରମ୍ଭ କରୁଥିବା ଚାଟିଂ । କିଛି ଦିନ ଚାଟିଂ ପରେ ବିଭିନ୍ନ ପ୍ରକାର ଆଳ ଦେଖାଇ ଠକେଇ କରି ଚାଲିଥିବା ଅଭିଯୁକ୍ତ ନାବାଳକ । ସମ୍ବଲପୁର ଜିଲ୍ଲାପାଳଙ୍କ ନାଁରେ କୌଣସି ଆକାଉଂଟ ନଥିବାବେଳେ ତାଙ୍କ ନାରେ ଆକାଉଂଟ ଖୋଲି ଏହ ସାଇବର୍ ଠକ୍ ରାଉରକେଲାର ଜଣେ ମୋବାଇଲ ବେପାରୀଙ୍କ ଠାରୁ ମୋବାଇଲ୍ ଠକିଥିବା ଜଣାପଡିଛି ।

ସମ୍ବଲପୁରର ବ୍ୟବସାୟୀ ସିଦ୍ଧାର୍ଥ ସାହାଙ୍କ ନାଁରେ ଫେସବୁକ୍ ଆକାଉଂଟ ଖୋଲି ଠକେଇ କରିବା ଜଣାପଡିବା ପରେ ସିଦ୍ଧାର୍ଥ ପୋଲିସର ଦ୍ୱାରସ୍ଥ ହୋଇଥିଲେ । ଏହା ପରେ ପୁଲିସ ଛାନଭିନ୍ କରି ସମ୍ବଲପୁରର ଏହି ନାବାଳକକୁ ଗିରଫ କରିଛି  । ଏହି ଠକର ଚେର ତିନିିରୁ ଚାରୋଟି ଜିଲ୍ଲାକୁ ଲମ୍ବିଥିବା ସନ୍ଦେହ କରି ତଦନ୍ତ କରୁଛି ପୁଲିସ ।