ଫେରିଲା ସାଇବର ଫ୍ରଡ ଟଙ୍କା : ପ୍ରଥମ ଥର ପାଇଁ ଠକେଇ ଟଙ୍କା ଫେରପାଇଲେ ଅଭିଯୋଗକାରୀ; ଆକାଉଂଟରୁ ୫୩ ହଜାର ଟଙ୍କା ଠକି ନେଇଥିଲେ ଦୁର୍ବୃତ୍ତ

185

କନକ ବ୍ୟୁରୋ : ଫେରିଲା ସାଇବର ଠକେଇ ଟଙ୍କା । କମିଶନରେଟ୍ ପୁଲିସର ସାଇବର ହେଲ୍ପ ଡେସ୍କକୁ ମିଳିଛି ପ୍ରଥମ ସଫଳତା । ପ୍ରଥମ ଥର ପାଇଁ ସାଇବର ଠକେଇ ଟଙ୍କା ଫେରିପାଇଲେ ଅଭିଯୋଗକାରୀ । ସାଇବର ଠକଙ୍କ ଠାରୁ ୯ ହଜାର ଟଙ୍କା ଫେରାଇ ଆଣିଛି କମିଶନରେଟ୍ ପୁଲିସ । ଓଟିପି ମାଗି ଅଭିଯୋଗକାରୀଙ୍କ ଆକାଉଂଟରୁ ଟଙ୍କା ଠକି ନେଇଥିଲେ ଦୁର୍ବୃତ । ଆଉ ଠକେଇ ହେବାର ଗୋଲଡେନ ପିରିୟଡ ଭିତରେ ଅର୍ଥାତ ଘଂଟାଏ ଭିତରେ ସାଇବର ସେଲକୁ କଲ କରିଥିଲେ ଅଭିଯୋଗକାରୀ । ଗତ ଦୁଇ ଦିନ ତଳେ ୯ ତାରିଖରେ ଏହି ଘଟଣା ଘଟିିଥିଲା ।

ସହିଦନଗର ଅଂଚଳର ଜଣେ ବ୍ୟକ୍ତି ୩୫ ହଜାର ଟଙ୍କା ଲୁଟ୍ର ଶିକାର ହୋଇଥିଲା । ଏନେଇ ସେ ସାଇବର ସେଲ୍ ହେଲ୍ପ ଡେସ୍କକୁ ଫୋନ କରି ଜଣାଇଥିଲେ । ତାଙ୍କ ଅଭିଯୋଗ ଆଧାରରେ ଖୋଳତାଡ କରି ସାଇବର ଠକଙ୍କ ଠାରୁ ଟଙ୍କା ଫେରାଇ ଆଣିବାରେ ସମର୍ଥ ହୋଇଛି ପୁଲିସ । ତେବେ ଗୋଲଡେନ ପିରିୟଡ ଭିତରେ ବ୍ୟକ୍ତି ଜଣଙ୍କ ଜଣାଇଥିବାରୁ ଟଙ୍କା ଫେରି ପାଇବା ସମ୍ଭବ ହୋଇଛି । ତେବେ ଜଣେ ଅଭିଯୋଗକାରୀ ୯ ହଜାର ଟଙ୍କା ଫେରି ପାଇଥିବା ବେଳେ ଆଗରୁ ମଧ୍ୟ ଠକାମିର ଶିକାର ହୋଇଥିବା ବ୍ୟକ୍ତି ଟଙ୍କା ଫେରି ପାଇଥିବା ଜଣାପଡିଛି ।