ରାଜ୍ୟରେ ବଢୁଛି ସାଇବାର ଅପରାଧ : ୧୫୩୨ ମାମଲା ଗତ ଅଢେଇ ବର୍ଷରେ ହୋଇଥିବା ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ

23

କନକ ବ୍ୟୁରୋ : ରାଜ୍ୟରେ ସାଇବର୍ ଅପରାଧ ବଢ଼ିଚାଲିଛି। ତାହା ମଧ୍ୟରେ ଅଶ୍ଳୀଳ ଭିଡିଓ ଭାଇରାଲ୍ ଅପରାଧ ବି ବଢ଼ୁଛି। ୨୦୧୬ ଜାନୁଆରିରୁ ୨୦୧୮ ଜୁନ୍ ମଧ୍ୟରେ ୧୫୩୨ ସାଇବର୍ ମାମଲା ରୁଜୁ ହୋଇଛି। ୨୦୧୬ରେ ୩୧୭, ୨୦୧୭ରେ ୮୨୪ ଓ ୨୦୧୮ରେ(ପ୍ରଥମ ୬ ମାସ) ୩୯୧ ମାମଲା ହୋଇଛି। ଏଥିରେ ମୋଟ୍ ୩୭୩ ଜଣ ଗିରଫ ହୋଇଛନ୍ତି। ୨୦୧୭ରେ କେବଳ ଅଶ୍ଳୀଳ ଭିଡିଓ ଭାଇରାଲ୍ ଘଟଣାରେ ୧୮୫ ମାମଲା ରୁଜୁ ହୋଇଛି ଓ ୮୫ ଜଣ ଗିରଫ ହୋଇଛନ୍ତି। ବିଧାୟିକା ରାଧାରାଣୀ ପଣ୍ଡାଙ୍କ ଏକ ପ୍ରଶ୍ନର ଉତ୍ତରରେ ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ତଥ୍ୟ ଦେଇଛନ୍ତି । ତେବେ ଅନେକ ସମୟରେ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେଉଛି । ତେବେ ସେପରି ଘଟଣାକୁ କିପରି ଭାବରେ ରୋକାଯାଇପାରିବ ସେନେଇ ଧ୍ୟାନ ଦିଆଯିବ ବୋଲି ସରକାର କହିଥିବା ସୂଚନା ମିଳିଛି ।