ଜିମେଲ୍ ବ୍ୟବହାରକାରୀ ସାବଧାନ୍ ! ଆସୁଛି ଫ୍ରଡ୍ ମେଲ୍, ୨୪ ଘଣ୍ଟାରେ ଡିଲେଟ୍ ହୋଇଯାଉଛି ଫେସବୁକ୍ ଆକାଉଣ୍ଟ

343

କନକ ବ୍ୟୁରୋ : ଯଦି ଆପଣ ଜିମେଲ କିମ୍ବା ହଟମେଲ ବ୍ୟବହାର କରୁଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ । ଜିମେଲ ଏବଂ ହଟମେଲ ଜରିଆରେ ୟୁଜର୍ସଙ୍କ ଫେସବୁକ୍ ଆକାଉଣ୍ଟ ହ୍ୟାକ୍ କରିଦେଉଛନ୍ତି ସାଇବର୍ ଠକ । କେମିତି ମେଲ ଜରିଆରେ ସାଇବର ଠକ ୟୁଜର୍ସଙ୍କ ଫେସବୁକ୍ ଆକାଉଣ୍ଟକୁ ହ୍ୟାକ୍ କରୁଛନ୍ତି ଆସନ୍ତୁ ଜାଣିବା ।
ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁସାରେ, ଜିମେଲ ଏବଂ ହଟମେଲ ବ୍ୟବହାରକାରୀଙ୍କ ନିକଟକୁ ଏକ ଫ୍ରଡ୍ ଇମେଲ୍ ‘ଫେସବୁକ୍ ସପୋର୍ଟ ଟିମ୍’ ନାଁରେ ପଠାଯାଉଛି । ଏହି ଇମେଲ ଜରିଆରେ ୟୁଜର୍ସଙ୍କୁ ଟାର୍ଗେଟ୍ କରି ତାଙ୍କର ଆକାଉଣ୍ଟ ଡିଟେଲ୍ସ ନେବାକୁ ଚେଷ୍ଟା କରିଥାନ୍ତି ସାଇବର୍ ଠକ । ୟୁଜର୍ସଙ୍କ ନିକଟକୁ ପଠାଯାଉଥିବା ଫ୍ରଡ୍ ଇମେଲରେ ଦାବି କରାଯାଇଥାଏ କି, ୟୁଜର୍ସଙ୍କ ଫେସବୁକ୍ ଆକାଉଣ୍ଡ ରିସ୍କରେ ଅଛି । ଏହାକୁ କୌଣସି ମୁହୁର୍ତ୍ତରେ ଡିଲେଟ୍ କରିଦିଆଯାଇପାରେ । ନିଜ ଆକାଉଣ୍ଟକୁ ଯଦି ସୁରକ୍ଷିତ ରଖିବାକୁ ଚାହୁଁଛନ୍ତି ତାହେଲେ ତଳେ ଦିଆଯାଇଥିବା ଲିଙ୍କ ଉପରେ କ୍ଲିକ୍ କରନ୍ତୁ । କେବଳ ଏତିକି ନୁହେଁ, ଆଉ ଜଣେ ୟୁଜର୍ସଙ୍କ ନିକଟକୁ ମେଲ ଆସିଥିଲା କି, ଆପଣଙ୍କ ଫେସବୁକ୍ ପେଜକୁ ଡିଲେଟ୍ କରିବା ପାଇଁ ସେଡ୍ୟୁଲ କରାଯାଇଛି । ଏହା କୌଣସି ମୁହୁର୍ତ୍ତରେ ବି ଡିଲେଟ୍ ହୋଇଯାଇପାରେ । କାହିଁକି ନା କମ୍ୟୁନିଟି ଗାଇଡଲାଇନକୁ ଉଲଂଘନ କଲା ଭଳି ପୋଷ୍ଟ ଆପଣଙ୍କ ପଜରେ ହୋଇଛି । ଯଦି ୪୮ ଘଣ୍ଟା ଭିତରେ ଏହାର ଜବାବ ନମିଳେ ତାହେଲେ ଆରଣଙ୍କ ପେଜକୁ ଡିଲେଟ୍ କରିଦିଆଯିବ । ଏହି ଭଳି ଫ୍ରଡ୍ ମେଲ ଆସିବା ସହିତ ତଳେ ‘ଅପିଲ ନାଁଓ’ ବୋଲି ଏକ ବଟନ ଥିବ । ବଟନ୍ ଉପରେ କ୍ଲିକ୍ କରିବା ପାଇଁ କୁହାଯାଇଥିବ । ୟୁଜର୍ସ ଏହି ବଟନ୍ ଉପରେ କ୍ଲିକ୍ କରିବା ମାତ୍ରେ ଆପଣଙ୍କୁ ଏକ ଫେକ୍ ଫେସବୁକ୍ ଅପିଲ ପେଜକୁ ରିଡାଇରେକ୍ଟ କରାଯିବ । ଏଠାରେ ଆପଣ ଆପଣଙ୍କ ସମସ୍ୟା ବାବଦରେ ଚାର୍ଟ କରିବା ପାଇଁ ସୁବିଧା ଦିଆଯାଇଥିବ । ଚାର୍ଟ କରିବା ଭିତରେ ଆପଣଙ୍କ ଆକାଉଣ୍ଟ ହ୍ୟାକ୍ କରିନେଉଛି ହ୍ୟାକର୍ ।
ଯଦି କିଛି ଏହିଭଳି ଏକ ଫ୍ରଡ୍ ମେଲ ୟୁଜର୍ସଙ୍କ ପାଖକୁ ଆସୁଛି । ଯଦି କୌଣସି ଲିଙ୍କ ଉପରେ କ୍ଲିକ୍ କରିବାକୁ କୁହାଯାଉଛି, ତେବେ ଭୁଲରେ ବି ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ ନାହିଁ । କାହିଁକି ନା ଏହି ଲିଙ୍କ ଉପରେ କ୍ଲିକ୍ କରିବା ମାତ୍ରେ ୟୁଜର୍ସଙ୍କ ଫେସବୁକ୍ ଆକାଉଣ୍ଟ ହ୍ୟାକର ହ୍ୟାକ୍ କରି ସମସ୍ତ ତଥ୍ୟ ନେଇଯାଇପାରେ । ଏବଂ ପରବର୍ତ୍ତି ମୁହୁର୍ତ୍ତରେ ଆପଣଙ୍କୁ ଅସୁବିଧାରେ ପକାଇପାରେ । ଏପରିକି ଆପଣଙ୍କ ଫେସବୁକ ଜରିଆରେ ଫୋନକୁ ହ୍ୟାକ୍ କରି ଫୋନରୁ ସମସ୍ତ ଡାଟା ନେବା ସହ ବ୍ୟାଙ୍କ୍ ଆକାଉଣ୍ଟକୁ ବି ଖାଲି କରିଦେଇପାରେ ହ୍ୟାକର ।