ରାଜ୍ୟରେ ବଢୁଛି ଭାଇରାଲ ଭିଡ଼ିଓ ଘଟଣା । ଜାଣନ୍ତୁ କେତେ ମାମଲା ରୁଜୁ ହୋଇଛି ଆଉ କେତେ ହୋଇଛନ୍ତି ଗିରଫ ।

ରାଜ୍ୟରେ ବଢୁଛି ଭାଇରାଲ ଭିଡ଼ିଓ ଘଟଣା । ଜାଣନ୍ତୁ କେତେ ମାମଲା ରୁଜୁ ହୋଇଛି ଆଉ କେତେ ହୋଇଛନ୍ତି ଗିରଫ ।

Source:ReverbNation Blog

କନକ ବ୍ୟୁରୋ: ରାଜ୍ୟରେ ଦୁଷ୍ମର୍ମ ଘଟଣା ନେଇ ଅନେକ ଖବର ଆସୁଛି । ହେଲେ ଏହାର ସବିଶେଷ ତଥ୍ୟ ବିଧାନସଭାରେ ଉପସ୍ଥାପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ତଥ୍ୟ ମୁତାବକ ୨୦୧୭ ମସିହାରେ ଫଇସାଲା ହୋଇଥିବା ୧୦୯୯ଟି ଦୁଷ୍କର୍ମ ମାମଲା ମଧ୍ୟରୁ ୧୮୬ଟି ମାମଲାରେ ଦୋଷୀ ମାନଙ୍କୁ ଦଣ୍ଡ ବିଧାନ କରାଯାଇଛି । ଯାହାକି ତୁଳନା ଅନୁସାରେ ୧୬.୯୨ ପ୍ରତିଶତ ଅଟେ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

publive-image

ସେହିପରି ୨୦୧୬ ବର୍ଷରୁ ୨୦୧୮ ଜୁନ୍ ୩୦ ତାରିଖ ଶେଷ ସୁଦ୍ଧା ରାଜ୍ୟରେ ଅଶ୍ଳିଳ ଭିଡିଓ ଭାଇରାଲ ଅପରାଧ ତଥା ସାଇବର ଅପରାଧ ସଂଖ୍ୟାର ତଥ୍ୟ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ୨୦୧୬ ବର୍ଷ ୩୧୭ଟି ସାଇବର ମାମଲାରେ ୯୯ ଜଣ ଗିରଫ, ୨୦୧୭ ବର୍ଷରେ ୮୨୪ ଟି ସାଇବର ମାମଲାରେ ୧୯୫ ଜଣ ଗିରଫ ହୋଇଥିବା ବେଳେ ୨୦୧୮ ଜୁନ୍ ୩୦ ଶେଷ ସୁଦ୍ଧା ୩୯୧ଟି ମାମଲାରେ ୭୯ ଜଣ ଗିରଫ ହୋଇଛନ୍ତି ବୋଲି ରିପୋର୍ଟ କହୁଛି । ଏହାସହ ଅଶ୍ଳିଳ ଭିଡିଓ ଭାଇରାଲ ଘଟଣାରେ ବିଗତ ଦୁଇ ବର୍ଷରେ ୨୨୫ଟି ମାମଲା ରୁଜୁ ହୋଇଥିବାବେଳେ ୧୧୭ ଜଣ ଗିରଫ ହୋଇଛନ୍ତି ବୋଲି ବିଧାନସଭାରେ ମୁଖ୍ୟମନ୍ତ୍ରୀ ତଥ୍ୟ ଉପସ୍ଥାପନ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe