ସାବଧାନ୍ ! ମାତିଛନ୍ତି ସାଇବର ଠକ…ଅନଲାଇନରେ ମଦ ବିକ୍ରି ନାଁରେ ବଡ ଠକେଇ; ମଦ ଦେବାକୁ କହି ଆକାଉଂଟରୁ ଲୁଟିନେଲେ ଲକ୍ଷେ ୩୭ ହଜାର ଟଙ୍କା

ମଦ କିଣିବାକୁ ଅନଲାଇନ ପେମେଂଟ ପରେ ଆକାଉଂଟକୁ ହ୍ୟାକ୍ କଲା ସାଇବର ଠକ; ଗାଏବ ହୋଇଗଲା ଲକ୍ଷାଧିକ ଟଙ୍କା

581

କନକ ବ୍ୟୁରୋ: ଅନଲାଇନରେ ମଦ ଦେବାକୁ କହି ଲକ୍ଷେ ୩୭ ହଜାର ନେଇଗଲେ ଠକ । ଏଭଳି ଘଟଣା ଘଟିଛି ଭୁବନେଶ୍ୱରରେ । ଫେସବୁକରେ ଏଭଳି ଏକ ବିଜ୍ଞାପନର ମୋହରେ ପଡି ଜଣେ ବ୍ୟକ୍ତି ଲକ୍ଷେ ୩୬ ହଜାର ୫ ଶହ ଟଙ୍କା ଠକେଇର ଶୀକାର ହୋଇଛନ୍ତି । ଅନଲାଇନରେ ମଦ ମଗାଇବାକୁ ଯାଇ ପ୍ରଥମେ ୪ ଶହ ଟଙ୍କାର ମଦ ମଗାଇଥିଲେ ।

ଏଥିପାଇଁ ତାଙ୍କୁ ୫୦ ପ୍ରତିଶତ ଟଙ୍କା ଦେବାକୁ ପଡିଥିଲା । ଏହି ୨ ଶହ ଟଙ୍କା ଦେବା ପରେ ଅନଲାଇନ କନଫରମେସନ ପାଇଁ ଠକ ଜଣକ ଏକ କୋଡ ପଠାଇଥିଲେ । ଏହାକୁ କନଫର୍ମ କରିବା ପରେ ତାଙ୍କର ଆକାଉଂଟକୁ ହ୍ୟାକ ହୋଇଯାଇଥିଲା । ଏହା ପରେ ଟଙ୍କା କଟି ଚାଲିଲା ଏବଂ ୧ ଲକ୍ଷ ୩୬ ହଜାର ୫ ଶହ ଟଙ୍କା କଟିଗଲା । ଠକେଇର ଶୀକାର ହୋଇଥିବା ଯୁବକ ଭୁବନେଶ୍ୱର ମଂଚେଶ୍ୱର ଅଂଚଳର ।

ଏପଟେ, ରାଜଧାନୀରେ ଖୁଲମଖୁଲା ଚାଲିଛି ଅଫ୍ ଲାଇନ ମଦ ବିକ୍ରି । ସରକାର ଅନଲାଇନରେ ମଦ ବିକ୍ରି ନିୟମର ଖୋଲା ଉଲଂଘନ କରାଯାଉଛି । ଆଜି ମଦ ବିକ୍ରିର ଏପରି କିଛି ଚିତ୍ର ନଜର ଆସିଛି ରାଜଧାନୀର ଚନ୍ଦ୍ରଶେଖରପୁର ଅଂଚଳରୁ । କାଉଁଟର ଖୋଲିବା ଆଗରୁ ଲାଗି ରହିଥିଲା ଲୋକଙ୍କ ଗହଳି । ଦୋକାନ କାଉଁଟର ଖୋଲିଲା ତ ମଦ ସବୁ ଝାମ୍ଫି ନେଲେ ଲୋକେ । ବୋହି ନେଲେ ପେଟି ପେଟି ମଦ । ସେତେ ଯେମିତି ମଦ ଆଉ ଆଗକୁ ମିଳିବ ନାହିଁ । ତାଲାବନ୍ଦ କଟକଣା କୋହଳ ପରେ ପ୍ରାୟ ୩ ମାସ ପରେ କାଉଁଟର ଖୋଲିଥିଲା । ଆଉ କାଉଁଟର ଖୋଲୁଖୋଲୁ ଦେଖିବାକୁ ମିଳିଛି ଏପରି ସ୍ଥିତି ।

ଅନଲାଇନ ମଦ ବିକ୍ରି କରିବାକୁ ସରକାର ନିୟମ କରିଛନ୍ତି । କାଉଁଟର ଖୋଲିବ ହେଲେ ଅନଲାଇନରେ ମଦ ଡେଲଭରୀ କରିବା ପାଇଁ । ହେଲେ ଏହି ନିୟମର ଖୋଲା ଉଲଂଘନ ଦେଖିବାକୁ ମିଳିଛି । ରାଜଧାନୀର ବାପୁଜୀ ନଗର ଓ ପୁରୁଣା ଷ୍ଟେସନ ବଜାର ଅଂଚଳରେ ମଦ ଦୋକାନ ଆଗରେ ବଡ ଗହଳି ଦେଖିବା ପରେ କାଉଁଟର ଗୁଡିକୁ ବନ୍ଦ କରିଥିଲା ପୋଲିସ । କିଛି କାଉଁଟରରେ କ୍ୟାମେରା ଦେଖିବା ମାତ୍ରେ ଲୋକେ ଦୌଡି ପଳାଉଥିବା ଦେଖିବାକୁ ମିଳିଛି । ଭୁବନେôଶ୍ୱର ପରି କଟକରେ ମଧ୍ୟ ଆଜି ଠାରୁ ମଦ ବିକ୍ରି ଆରମ୍ଭ ହୋଇଛି । କଟକ ମଦ ବ୍ୟବସାୟୀ ସଂଘ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବା ପରେ ଅନ୍ ଲାଇନ୍ ମଦ ବିକ୍ରି ପାଇଁ କାଉଁଟର ଖୋଲିଛନ୍ତି । ଅନଲାଇନରେ ବୁକିଂ ଅନୁସାରେ ଡେଲିଭରି ଦିଆଯିବା ନେଇ ବ୍ୟବସ୍ଥା କରିଛନ୍ତି ବ୍ୟବସାୟୀ ।