କନକ ବ୍ୟୁରୋ: ମୁମ୍ବାଇରୁ ଅପରେଟ, ଓଡ଼ିଶାରେ ଚାଲିଥିଲା ସାଇବର ଠକେଇ । ଲୋନ କରାଇଦେବାକୁ କହି ଡକ୍ୟୁମେଣ୍ଟ ନେଇ ବ୍ୟାଙ୍କ ଆକାଉଣ୍ଟକୁ କରୁଥିଲେ ହ୍ୟାକ୍ । ଭଦ୍ରକ ଅଞ୍ଚଳରୁ ୬ଜଣିଆ ସାଇବର ଠକେଇ ଗ୍ୟାଙ୍ଗକୁ ସ୍ଥାନୀୟ ପୋଲିସ ସହାୟତାରେ ଉଠାଇନେଲା ମୁମ୍ବାଇ ପୋଲିସ । ଏହି ଠକେଇର ମାଷ୍ଟରମାଇଣ୍ଡ ମୁମ୍ବାଇରେ ରହି ସମସ୍ତ କାର୍ଯ୍ୟକୁ ଅପରେଟ୍ କରୁଥିବା ବେଳେ ବିଭିନ୍ନ ରାଜ୍ୟର ଯୁବଗୋଷ୍ଠୀଙ୍କୁ କମିଶନର ପ୍ରଲୋଭନ ଦେଖାଇ ନିଜ ଗ୍ୟାଙ୍ଗରେ ସାମିଲ କରିଥିଲା । ଅର୍ଥଲୋଭରେ ଭଦ୍ରକର କିଛି ଯୁବକ ମଧ୍ୟ ଏହି ଗ୍ୟାଙ୍ଗରେ ସାମିଲ ହୋଇ ସାଇବର ଠକେଇରେ ନିଜକୁ ନିୟୋଜିତ କରିଥିଲେ । ଏହି ଠକାମୀର ତଦନ୍ତ କରୁ କରୁ ମୁମ୍ବାଇ ପୋଲିସ ରବିବାର ଭଦ୍ରକରେ ପହଞ୍ଚିି ସ୍ଥାନୀୟ ପୋଲିସର ସହାୟତା ନେଇ ୮ଜଣଙ୍କୁ ଉଠାଇ ଆଣି ପଚରାଉଚରା କରିଥିଲା ।
ତେବେ ୬ଜଣଙ୍କର ଠକେଇରେ ସମ୍ପୃକ୍ତି ଥିବା ଜଣାପଡିବା ପରେ ଏମାନଙ୍କୁ ଗିରଫ କରି ମୁମ୍ବାଇ ନେବାକୁ ପ୍ରସ୍ତୁତି ଚଳାଇଛି ପୋଲିସ । ଦିନକୁ ଦିନ ସାଇବର ଠକେଇ ବୃଦ୍ଧି ପାଉଥିବା ବେଳେ ଏହି ଅପରାଧର ଲିଙ୍କ୍ ସିଧା ମୁମ୍ବାଇରୁ ଭଦ୍ରକକୁ ଲମ୍ବିଥିବା ପୋଲିସ ଓ ସ୍ଥାନୀୟ ଲୋକଙ୍କ ପାଇଁ ଚିନ୍ତା ବଢାଇଦେଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2024/07/2-1.jpg)