ଫେଲ ମାରିଲା ସାଇବର୍ ଲୁଟ୍ ତରିକା : ଆକାଉଣ୍ଟ ବ୍ଲକ୍ କରି ୩ଲକ୍ଷ ଟଙ୍କା ଫେରାଇଲା ପୋଲିସ; ଟଙ୍କା ଫେରିପାଇଲେ ଅନୁଗୁଳର ଯୁବକ

91

କନକ ବ୍ୟୁରୋ : ସାଇବର ଲୁଟ ମାମଲାରେ କମିସନରେଟ ପୁଲିସ ବଡ ସଫଳତା ମିଳିଛି । ସାଇବର ସେଲର ଉଦ୍ୟମ ପରେ ୩ଲକ୍ଷ ଟଙ୍କା ଫେରିପାଇଲେ ବାଳକାଟିରେ ରହୁଥିବା ଅନୁଗୁଳର ଯୁବକ । ଅନଲାଇ ଲୁଟେରା ତାଙ୍କ ଠାରୁ ୩ ଲକ୍ଷ ୧୭ ହଜାର ଟଙ୍କା ଠକିନେଇଥିଲେ, ଏନେଇ ଅଭିଯୋଗ ପାଇବା ପରେ କମିସନରେଟ ପୁଲିସ ତତ୍ପରତା ଦେଖାଇ ଲୁଟେରାଙ୍କ ଆକାଉଂଟ ବ୍ଲକ କରି ୩ଲକ୍ଷ ଟଙ୍କା ଉଦ୍ଧାର କରିଛି ।

ଠକେଇ ହୋଇଥିବା ବାକି ୧୭ ହଜାର ଟଙ୍କା ଫେରିପାଇବାକୁ ଉଦ୍ୟମ କରୁଛି ସାଇବର ସେଲ । ମିଳିଥିବା ସୂଚନା ଅନୁସାରେ ବାଳକାଟିରେ ରହୁଥିବା ବସନ୍ତ ଛତର ନାମକ ଜଣେ ଯୁବକଙ୍କୁ ମୋବାଇଲ ଫୋନ ଟାୱାର ବସାଇବା କହି ପ୍ରଲୋଭିତ କରିଥିଲେ ସାଇବର ଲୁଟେରା । ଏହାପରେ ଚତୁରତାର ସହ ବସନ୍ତଙ୍କ ବ୍ୟାଙ୍କ ଆକାଉଂଟରୁ ୩୦ ଥରରେ ୩ଲକ୍ଷ ୧୭ ହଜାର ଟଙ୍କା ଲୁଟି ନେଇଥିଲେ ।