କନକ ବ୍ୟୁରୋ : ସାଇବର ଲୁଟ ମାମଲାରେ କମିସନରେଟ ପୁଲିସ ବଡ ସଫଳତା ମିଳିଛି । ସାଇବର ସେଲର ଉଦ୍ୟମ ପରେ ୩ଲକ୍ଷ ଟଙ୍କା ଫେରିପାଇଲେ ବାଳକାଟିରେ ରହୁଥିବା ଅନୁଗୁଳର ଯୁବକ । ଅନଲାଇ ଲୁଟେରା ତାଙ୍କ ଠାରୁ ୩ ଲକ୍ଷ ୧୭ ହଜାର ଟଙ୍କା ଠକିନେଇଥିଲେ, ଏନେଇ ଅଭିଯୋଗ ପାଇବା ପରେ କମିସନରେଟ ପୁଲିସ ତତ୍ପରତା ଦେଖାଇ ଲୁଟେରାଙ୍କ ଆକାଉଂଟ ବ୍ଲକ କରି ୩ଲକ୍ଷ ଟଙ୍କା ଉଦ୍ଧାର କରିଛି ।
ଠକେଇ ହୋଇଥିବା ବାକି ୧୭ ହଜାର ଟଙ୍କା ଫେରିପାଇବାକୁ ଉଦ୍ୟମ କରୁଛି ସାଇବର ସେଲ । ମିଳିଥିବା ସୂଚନା ଅନୁସାରେ ବାଳକାଟିରେ ରହୁଥିବା ବସନ୍ତ ଛତର ନାମକ ଜଣେ ଯୁବକଙ୍କୁ ମୋବାଇଲ ଫୋନ ଟାୱାର ବସାଇବା କହି ପ୍ରଲୋଭିତ କରିଥିଲେ ସାଇବର ଲୁଟେରା । ଏହାପରେ ଚତୁରତାର ସହ ବସନ୍ତଙ୍କ ବ୍ୟାଙ୍କ ଆକାଉଂଟରୁ ୩୦ ଥରରେ ୩ଲକ୍ଷ ୧୭ ହଜାର ଟଙ୍କା ଲୁଟି ନେଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/02/15-19.jpg)