କନକ ବ୍ୟୁରୋ: ବିଶ୍ୱକପ୍ କ୍ରିକେଟ୍ ଫାଇନାଲରେ ଟିମ୍ ଇଣ୍ଡିଆର ବ୍ୟାଟିଂ ବିପର୍ଯ୍ୟୟ । ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ସାମ୍ନାରେ ୨୪୧ ରନର ଟାର୍ଗେଟ ଦେଲା ଭାରତ । ଭାରତର ବ୍ୟାଟିଂ ଲାଇନଅପ୍ ଆଜି ନୈରଶ୍ୟଜନକ ପ୍ରଦର୍ଶନ କରିଛନ୍ତି । ଶୁଭମନ୍ ଗିଲ୍ , ଶ୍ରେୟାସ ଆୟର, ଜାଡେଜା ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟାଟିଂ ଅତ୍ୟନ୍ତ ନିରାଶ କରିଛି । ପ୍ରଥମ ୧୦ ଓଭରରେ ଭାରତ ଦ୍ରୁତ ଆରମ୍ଭ କରି ଥିଲେ ସୁଦ୍ଧା ଅଧିନାୟକ ରୋହିତ ଶର୍ମା ମାତ୍ର ୪୭ ରନରେ ଆଉଟ୍ ହୋଇଯାଇଥିଲେ । ପରେ ଶୁଭମନ୍ ଗିଲ୍, ଏବଂ ତା ପରେ ଆୟର, କୋହଲି, ରବିନ୍ଦ୍ର ଜାଡ଼େଜା ଏବଂ ଶ୍ରେୟାସ ଆୟାର ପ୍ୟାଭିଲିୟନକୁ ଫେରିଯାଇଥିଲେ । କେ.ଏଲ ରାହୁଲ ଲଢ଼ିଥିଲେ ମଧ୍ୟ ସାଧାରଣ ଭାବେ ଆଉଟ୍ ହୋଇ ସେ ମଧ୍ୟ ନିରାଶ କରିଛନ୍ତି । ଏବେ ଅଷ୍ଟ୍ରେଲିଆ ସାମ୍ନାରେ ୨୪୧ ରନର ବିଜୟ ଲକ୍ଷ୍ୟ ରଖିଛି ଭାରତ । ଫାଇନାଲ ମ୍ୟାଚ ହୋଇଥିବାରୁ ଉଭୟ ଦଳ ଉପରେ ପ୍ରେସର ରହିବ, ଏବେ ଭାରତୀୟ ବୋଲିଂ ଉପରେ ସମସ୍ତଙ୍କ ନଜର ।