ଆଜି କଟକ ତିଗିରିଆରେ ୧୨ଘଂଟିଆ ସଟଡାଉନ୍: ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ରହିବ ଦୋକାନ ବଜାର ଓ ସମସ୍ତ କାର୍ଯ୍ୟାଳୟ; ରାସ୍ତାଘାଟ ହେବ ସାନିଟାଇଜ୍

ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ

305

କନକ ବ୍ୟୁରୋ: କଟକ ତିଗିରିଆ ବ୍ଲକକୁ ୧୨ ଘଂଟିଆ ବନ୍ଦ ରଖିବାକୁ ନିଷ୍ପତି ନେଇଛି ପ୍ରଶାସନ । ୨ ସୁରତ ଫେରନ୍ତା କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଆଜି ତିଗିରିଆ ୧୨ଘଂଟା ସମ୍ପୂର୍ଣ୍ଣ ବନ୍ଦ ରହିବ । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ରହିବ ତିଗିରିଆ, ନୂଆପାଟଣା ନୂଆସଡକ, ପାଂଚଗାଁ, ବିନ୍ଧାଣିମା, ଜମାଦେଇପୁର, ଅଚଳକୋଟା । ଏହି ଅଂଚଳରେ ଥିବା ସମସ୍ତ ଦୋକାନ ବଜାର ବନ୍ଦ ରହିବ ଓ ରାସ୍ତାଘାଟକୁ ସାନିଟାଇଜ୍ କରାଯିବ । ଏହି ସମୟରେ ଲୋକେ ଘରୁ ନବାହାରିବାକୁ କୁହାଯାଇଛି ।