କନକ ବ୍ୟୁରୋ : କଟକର ନୂଆ ବସଷ୍ଟାଣ୍ଡ ଉଦଘାଟନ ପୂର୍ବରୁ ବ୍ୟବସାୟୀଙ୍କ ପ୍ରତିବାଦ । ଜୀବିକା ହରାଇବା ଭୟରେ ବାଦାମବାଡି ବସଷ୍ଟାଣ୍ଡର ବ୍ୟବସାୟୀ ପ୍ରତିବାଦ କରୁଛନ୍ତି । ବାଦାମବାଡି ପୁରୁଣା ବସଷ୍ଟାଣ୍ଡ, ଅନୁଗୁଳ, ପୁରୀ, ଭୁବନେଶ୍ୱର, ପାରାଦୀପ ବସଷ୍ଟାଣ୍ଡକୁ ମିଶାଇ ଦିଆଯିବ ବୋଲି ନିଷ୍ପତି ହୋଇଛି । କିନ୍ତୁ ଏହି ସବୁ ବସଷ୍ଟାଣ୍ଡରେ ବର୍ଷ ବର୍ଷ ଧରି ବ୍ୟବସାୟ କରି ଆସୁଥିବା ସାଧାରଣଲୋକଙ୍କୁ ଥଇଥାନ କରିବାକୁ ସରକାର ସଂପୂର୍ଣ୍ଣ ଭୁଲି ଯାଇଛନ୍ତି ବୋଲି ବ୍ୟବସାୟୀ କହିଛନ୍ତି । ଶହଶହ ସାଧାରଣ ବ୍ୟବସାୟୀଙ୍କ ପେଟପାଟଣାରେ ଲାତ ମାରି ସିଏନବିଟିରେ କାହ ସ୍ୱାର୍ଥ ପୂରଣ ହେବାକୁ ଯାଉଛି ବୋଲି ମହାସଂଘ ପ୍ରଶ୍ନ କରିଥିଲା । ତେଣୁ ୧୬ ତାରିଖରେ ମୁଖ୍ୟମନ୍ତ୍ରୀ ପ୍ରଥମେ ଉଦଘାଟନ ପୂର୍ବରୁ ବ୍ୟବସାୟୀଙ୍କୁ ଥଇଥାନ କରାଯାଉ ବୋଲି ଦାବି ହୋଇଛି ।