ଆଇପିଏଲରେ କଟକ ଦଳ ସ୍ଥାନ ପାଇବା ନେଇ ଆଶା ବଢିଲା: ବିଡ ପେପର କିଣିଲା ନବୀନ ଜିନ୍ଦଲଙ୍କ ଜେଏସପିଏଲ

241

କନକ ବ୍ୟୁରୋ: ଏଥର ଆଇପିଏଲ ଟିମରେ କଟକ ଦଳ ସ୍ଥାନ ପାଇବା ଆଶା ଦେଖାଦେଇଛି । କଟକ ପାଇଁ ଆଗ୍ରହ ଦେଖାଇଛନ୍ତି ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡର ଅଧ୍ୟକ୍ଷ ନବୀନ ଜିନ୍ଦଲ । ଏ ନେଇ ବିସିସିଆଇ, ଓସିଏ କିମ୍ବା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପକ୍ଷରୁ କୌଣସି ଔପଚାରିକ ଘୋଷଣା କରାଯାଇନାହି ଁ । ତେବେ ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ, ବିସିସିଆଇର ନୂଆ ଦଳ ଟେଣ୍ଡରରେ  ନବୀନ ଜିନ୍ଦଲ କଟକ ପାଇଁ ବିଡ ପେପର କିଣିଛନ୍ତି । ୨୫ ତାରିଖରେ ଏ ନେଇ କିଛି ସ୍ପଷ୍ଟ ସୂଚନା ମିଳିପାରେ ।

ଏହି ଦିନ ଦୁବାଇରେ ବିସିସିଆଇ ବୈଠକରେ ଦୁଇଟି ନୂଆ ଦଳ ଘୋଷଣା ହେବ ।  ଆସନ୍ତା ଆଇପିଏଲ ସଂସ୍କରଣରେ  ଦଳ ସଂଖ୍ୟା  ୮ରୁ ୧୦କୁ ବୃଦ୍ଧି ପାଇବ ।  ଏହି ଦୁଇଟି ନୂଆ ଦଳ ପାଇଁ କଟକ, ଗୌହାଟୀ, ଧର୍ମଶାଳା, ରାଂଚି, ଅହମ୍ମଦାବାଦ ଓ ଲକ୍ଷେ୍ନøକୁ ବିଚାରକୁ ନିଆଯାଇଥିଲା ।  ତେବେ ଯେଉଁ ସଂସ୍ଥା ଏହି ବିଡ ଦାଖଲ କରିବ ସେମାନଙ୍କ ବାର୍ଷିକ ହାରାହାରି ଟର୍ଣ୍ଣଓଭର  ୩ହଜାର କୋଟି ଥିବା ଦରକାର ।  ତେବେ ଏ ନେଇ କିଛି ଆଗ୍ରହୀ ବିଡର ଆପତି ଉଠାଇଥିଲେ । ଫଳରେ ଟେଣ୍ଡର  ସର୍ତରେ କିଛି ପରବିର୍ତନ ହୋଇଥିଲା । ଏହାପରେ ଜିନ୍ଦଲଙ୍କ ସମେତ କିଛି ବିଡର ଆଗ୍ରହ ପ୍ରକାଶ କରଥିବା କୁହାଯାଉଛି ।