କନକ ବ୍ୟୁରୋ : କଟକରେ ଯୁବକଙ୍କୁ ଗାଡି ପଛରେ ବାନ୍ଧି ୨କିମି ଦୌଡାଇବା ଘଟଣା । ୨ଜଣଙ୍କୁ ଅଟକ ରଖି ପୋଲିସର ପଚରାଉଚରା । ପ୍ରେସମିଟରେ କଟକ ଡିସିପି ପିନାକ ମିଶ୍ର ଏ ନେଇ ସୂଚନା ଦେଇଛନ୍ତି । ଧାର ଟଙ୍କା ନ ଦେବାରୁ ୨ ଅଭିଯୁକ୍ତ ଏଭଳି କରିଛନ୍ତି ।
ଯୁବକଙ୍କୁ ବାରମ୍ବାର ଟଙ୍କା ମାଗିବା ପରେ ମଧ୍ୟ ସେ ଦେଇନଥିଲେ । ୨ଜଣ ପୋଲିସ କବଜାରେ ଅଛନ୍ତି ଗାଡି ମଧ୍ୟ ଜବତ କରାଯାଇଛି । ଅଭିଯୁକ୍ତଙ୍କ ନାଁରେ କୌଣସି କ୍ରିମିନାଲ ରେକର୍ଡ ନାହିଁ । ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରାଯାଉଛି । ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି କଟକ ଡିସିପି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/46-5.jpg)