କନକ ବ୍ୟୁରୋ : କାମରେ ଆସୁନି ସ୍ୱଜଳ ଧାରା ଯୋଜନା, ଗ୍ରାମବାସୀଙ୍କ ଜୀବନ ବଂଚାଇଛି ମହାନଦୀର ବାଲି ଚୁଆ । ନଦୀ ପଠାକୁ ଖୋଳି ସେଥିରୁ ପାଣି ସଂଗ୍ରହ କରୁଛନ୍ତି ମହିଳା । କଂସା କଂସା କରି ଗରା ଭର୍ତ୍ତି କରି ମୁଣ୍ଡରେ ବୋହି ନେଉଛନ୍ତି । ଜଳ ଯନ୍ତ୍ରଣାକୁ ନେଇ ସାରା ରାଜ୍ୟରୁ ଅନେକ ଖବର ଆସୁଥିବା ବେଳେ ଏ ବାସ୍ତବ ଦୃଶ୍ୟ ଆସିଛି କଟକ ଜିଲ୍ଲା ବଡମ୍ବା ବ୍ଲକ ବାଙ୍ଗରସିଙ୍ଗା ଗାଁରୁ ।
ବାଙ୍ଗରସିଙ୍ଗା ଗାଁରେ ପ୍ରାୟ ୫ ହଜାର ଲୋକ ବସବାସ କରନ୍ତି । ଗ୍ରାମବାସୀଙ୍କୁ ପାନୀୟ ଜଳ ଯୋଗାଇବା ପାଇଁ ଗାଁରେ ନଳକୂଅ କରାଯାଇଛି, ହେଲେ ସେଥିରୁ ଦୁର୍ଗନ୍ଧ ଯୁକ୍ତ ପାଣି ବାହାରୁ ଥିବାରୁ ଗାଁର ମାଆ-ବୋହୂମାନେ ମହାନଦୀ ପଠାରୁ ପାଣି ସଂଗ୍ରହ କରିବା ପାଇଁ ବାଧ୍ୟ ହେଉଛନ୍ତି । ବାଲି ଚୁଆରୁ ଗରାଏ ପାଣି ଛାଣିବା ପାଇଁ ପ୍ରାୟ ଅଧଘଂଟା ସମୟ ଲାଗୁଛି । ଗାଁରେ ପାଣି ସମସ୍ୟା ସଂପର୍କରେ ବ୍ଲକ ପ୍ରଶାସନକୁ ଅବଗତ କଲେ ବି କେହି ଶୁଣୁନଥିବାରୁ ମହିଳାଙ୍କୁ ପାଣି ପାଇଁ ମହାନଦୀ ପଠାକୁ ଯିବାକୁ ପଡୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/03/26-25.jpg)