ଭୁବନେଶ୍ୱରରେ ରକ୍ତ ଚରିତ୍ର ପରି କଟକରେ ପ୍ଲବିକ୍ ଷଣ୍ଢ ଗ୍ରୁଫ୍ : ହାତରେ ବନ୍ଧୁକ ଓ ଖଣ୍ଡା ଧରି ଆତଙ୍କ ସୃଷ୍ଟି କରି କରୁଛନ୍ତି ଭିଡିଓ ପୋଷ୍ଟ

ଜଣକୁ ଉଠାଇନେଲା ମାଲଗୋଦାମ ଥାନା ପୋଲିସ; ବନ୍ଧୁକ ଜବତ, ଅନ୍ୟମାନଙ୍କୁ ଧରିବାକୁ ଉଦ୍ୟମ

373

କନକ ବ୍ୟୁରୋ : ରାଜଧାନୀରେ ରକ୍ତ ଚରିତ୍ର ପରେ କଟକରେ ପବ୍ଲିକ ଷଣ୍ଢ ଗ୍ରୁପ୍ । ହାତରେ ବନ୍ଧୁକ ଓ ଖଣ୍ଡା ଧରି ଆତଙ୍କ ଖେଳାଇବା ଭଳି ଭିଡିଓ ସୁଟିଂ କରି ପୋଷ୍ଟ କରିଛନ୍ତି । ହାତରେ ବନ୍ଧୁକ ଓ ଖଣ୍ଡା ଧରି ଧମକାଉଥିବା ଭିଡିଓ ମାଲଗୋଦାମ ଥାନା ପୋଲିସ ହାତରେ ଲାଗିଛି । ପୋଲିସ ଏହି ଭିଡିଓ ପଛର କାର୍ପଟଦାର କୁହାଯାଉଥିବା ମଙ୍ଗଳାସାହିର କାଦୁଅ ଓରଫ୍ ଦେବଜ୍ୟୋତି ବେହେରାକୁ ଉଠାଇ ନେଇଛି । ସେ ଯୋବ୍ରାରେ ମାଛ ବ୍ୟବସାୟ କରୁଥିଲା । ତାଠାରୁ ବନ୍ଧୁକ ଜବତ କରାଯାଇଛି । ଗ୍ରୁପର ଅନ୍ୟମାନଙ୍କୁ ଖୋଜୁଛି ପୋଲିସ ।

ସୂଚନା ଅନୁଯାୟୀ, ଏବେ ଇନ୍‌ଷ୍ଟାଗ୍ରାମରେ ଅପଲୋଡ୍‌ ହୋଇଥିବା ୧୦ଟି ଭିଡିଓ ଭାଇରାଲ୍‌ ହେଉଛି। ପ୍ରଥମ ଭିଡିଓଟି ୨୦ ସେକେଣ୍ତ୍‌ର । ‘ପବ୍ଲିକ ଷଣ୍ଢ’ ନାଁରେ ଏହି ଭିଡିଓ ଅପଲୋଡ୍‌ ହୋଇଛି । ୫ ଜଣ ଯୁବକ ଏକ ଅର୍ଦ୍ଧନିର୍ମିତ କୋଠା ସାମ୍‌ନାରେ ଛିଡ଼ା ହୋଇ ଅଶ୍ଳୀଳ ଧମକ ଦେଉଛନ୍ତି । ଏମାନଙ୍କ ମଧ୍ୟରେ ଜଣେ ହାତରେ ଠେଙ୍ଗା ଧରିଛି । ପାଖରେ ଥିବା ଏକ କ˚କ୍ରିଟ୍‌ ମିକ୍ସଚର‌୍‌ ମେସିନ ଉପରେ ବି ୩ ଜଣ ଯୁବକ ବସିଛନ୍ତି । ସେହିଭଳି ଦ୍ବିତୀୟ ଭିଡିଓଟି ୨୩ ସେକେଣ୍ତ୍‌ର । ଯୋବ୍ରା ନିକଟ ନଦୀବାଲିରେ ସୁଟି˚ ହୋଇଥିବା ଅନୁମାନ କରାଯାଉଛି । ଦୁଇଜଣ ଯୁବକ ହାତରେ ଖଣ୍ତା ଧରିଥିବା ବେଳେ ଜଣେ ଧମକ ଦେଉଛି । ତୃତୀୟ ଭିଡିଓଟି ଯୋବ୍ରାରୁ ରାଣୀହାଟ କେନାଲ ଯାଏ ତାଳଦଣ୍ତା କେନାଲ ପାର୍ଶ୍ବରେ ସୁଟି˚ ହୋଇଥିବା ଜଣାପଡ଼ିଛି ।

୨୫ ସେକେଣ୍ତର ଏହି ଭିଡିଓରେ ଜଣେ ଯୁବକ ହାତରେ ବନ୍ଧୁକ ଧରି ଧମକ ଦେଉଥିବା ଦେଖିବାକୁ ମିଳିଛି । ଏହି ବନ୍ଧୁକଟି ଜର୍ମାନୀ ତିଆରି ଭଳି ଦେଖିବାକୁ ଲାଗୁଛି ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି । ମାଲଗୋଦାମ ଥାନା ପୁଲିସ ବନ୍ଧୁକକୁ କାଦୁଅ ନିକଟରୁ ଜବତ କରିଛି । ଏହା ଅସଲି ନୁହେଁ ବୋଲି ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ଅବଶିଷ୍ଟ ୭ଟି ଭିଡିଓ ବି ଯୋବ୍ରା ତାଳଦଣ୍ତା କେନାଲ ରାସ୍ତାରେ ‘ଆଇ ଲଭ୍‌ କଟକ’ ଲେଖା ଥିବା ପାର୍କ ନିକଟରେ ରେକର୍ଡ ହୋଇଥିବା ଜଣାପଡ଼ିଛି । ଡିସିପି ପ୍ରତୀକ ସି˚ହ କହିଛନ୍ତି, ଭିଡିଓ କରିଥିବା ଯୁବକଙ୍କୁ ଠାବ କରିବାକୁ ପୁଲିସକୁ କୁହାଯାଇଛି । ଯେଉଁ ସୋସିଆଲ୍‌ ମିଡିଆରେ ଏହି ଭିଡିଓ ପଡ଼ିଛି, ଉକ୍ତ ଲିଙ୍କ୍‌ ମାଧ୍ୟମରେ ସେମାନଙ୍କ ପରିଚୟ ବି ଠାବ କରିବାକୁ ଉଦ୍ୟମ ଚଳାଯାଇଥିବା ଶ୍ରୀ ସି˚ହ କହିଛନ୍ତି ।