କନକ ବ୍ୟୁରୋ : କଟକ ବାରବାଟୀରେ ଆୟୋଜିତ ହେବ ହକି ବିଶ୍ୱ କପ୍ ଉଦଘାଟନୀ ଉତ୍ସବ । ୨୦୧୩ ଜାନୁଆରୀ ୧୧ରେ କଟକ ବାରବାଟୀ ଷ୍ଟାଡିୟମରେ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହେବାକୁ ଥିବା ବେଳେ ଏନେଇ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ଉଦଘାଟନୀ ଉତ୍ସବରେ ଟିକେଟ ବ୍ୟବସ୍ଥା କରାଯିବ । ଏହା ସହ ବିଦେଶୀ ଖେଳାଳି ଓ ପର୍ଯ୍ୟଟକଙ୍କୁ ଅକୃଷ୍ଟ କରିବାକୁ ସ୍ୱତନ୍ତ୍ର ଧ୍ୟାନ ଦିଆଯାଉଛି । ସେହିଭଳି ଚଳିତଥର ହକି ବିଶ୍ୱକପ୍ ପାଇଁ ୧ହଜାର ୯୮କୋଟି ଟଙ୍କା ଖର୍ଚ୍ଚ ଧାର୍ଯ୍ୟ ହୋଇଛି ।

Advertisment

ଜାନୁଆରୀ ୧୩ରୁ ହକି ବିଶ୍ୱକପ୍ ଆରମ୍ଭ

- ଦ୍ୱିତୀୟ ଥର ପାଇଁ ପୁରୁଷ ହକି ବିଶ୍ୱ କପ୍ ଆୟୋଜନ
- ଉଦଘାଟନୀ ଉତ୍ସବ କଟକ ବାରବାଟୀ ଷ୍ଟାଡିୟମର ଅନୁଷ୍ଠିତ ହେବ
- ୨୦୨୩ ସଂସ୍କରଣ ଉଭୟ ଭୁବନେଶ୍ୱର-ରାଉରକେଲାରେ ଖେଳାଯିବ
- ହକିରେ ମୋଟ ୧୦୯୮.୪୦କୋଟି ଟଙ୍କା ଖର୍ଚ୍ଚ ହେବ
- ହକି ବିଶ୍ୱ କପର କ୍ରୀଡା ପରିଚାଳନା ପାଇଁ ୭୫କୋଟି ଟଙ୍କାର ବ୍ୟୟବରାଦ
- ଭିତ୍ତିଭୂମି ନିର୍ମାଣ ଓ ଉନ୍ନତିକରଣ ପାଇଁ ୧୦୨୩.୪୦କୋଟି ଖର୍ଚ୍ଚ ହୋଇଛି
- ବିର୍ସାମୁଣ୍ଡା ଷ୍ଟାଡିୟମର ନିର୍ମାଣରେ ୮୭୫.୭୮କୋଟି ଖର୍ଚ୍ଚ ହୋଇଛି
- କଳିଙ୍ଗ ଷ୍ଟାଡିୟମରେ ଉନ୍ନତିକରଣରୁ ନେଇ ଅନ୍ୟାନ ଖର୍ଚ୍ଚ ୧୪୭.୬୨କୋଟି ଖର୍ଚ୍ଚ ହେବ
- ୨୦୧୮ ବିଶ୍ୱକପରେ ୬୬,୯୮,୦୦,୦୦୦କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା