କଟକ ସହରରେ ଆଜିଠୁ ଖୋଲିଲା ଧର୍ମାନୁଷ୍ଠାନ : ବରିଷ୍ଠ ନାଗରିକ, ଗର୍ଭବତୀ ଓ ୧୦ବର୍ଷରୁ କମ ଶିଶୁଙ୍କୁ ପ୍ରବେଶ ମନା 

79

କନକ ବ୍ୟୁରୋ : କଟକ ମହାନଗର ନିଗମରେ ଆଜିଠୁ ଖୋଲିଲା ଧର୍ମାନୁଷ୍ଠାନ । କରୋନା ଗାଇଡଲାଇନ ପାଳନକରି ଧର୍ମାନୁଷ୍ଠାନ ଖୋଲିବାକୁ ନିର୍ଦ୍ଦେଶ ଜାରି କରିଛି ସିଏମସି । ସକାଳ ୬ଟାରୁ ରାତି ୮ଟା ଯାଏଁ ଧର୍ମାନୁଷ୍ଠାନ ଖୋଲିବାକୁ କଟକ ମହାନଗର ନିଗମ କର୍ତୃପକ୍ଷ ଅନୁମତି ଦେଇଛନ୍ତି । ତେବେ ସପ୍ତାହାନ୍ତ ସଟଡାଉନରେ ସର୍ବସାଧାରଣଙ୍କ ପାଇଁ ଧର୍ମାନୁଷ୍ଠାନ ଖୋଲିବ ନାହିଁ ।  କେବଳ ରୀତିନୀତି ହିଁ ସଂପନ୍ନ ହେବ ।

ତେବେ ବରିଷ୍ଠ ନାଗରିକ, ଗର୍ଭବତୀ ମହିଳା ଓ ୧୦ ବର୍ଷର କମ ଶିଶୁଙ୍କୁ ମନ୍ଦିର ଭିତରକୁ ଯିବାକୁ ବାରଣ କରାଯାଇଛି ।  ଧର୍ମାନୁଷ୍ଠାନ ପରିସରରେ  ଭୋଗ ବା ପ୍ରସାଦ ସେବନ ହୋଇପାରିବ ନାହିଁ ।  ଧର୍ମାନୁଷ୍ଠାନରେ ଏକାଥରରେ ୫୦ରୁ ଅଧିକ ଲୋକ ପ୍ରବେଶ କରପାରିବେ ନାହିଁ । ପ୍ରବେଶ ପଥରେ ଥର୍ମାଲ ସ୍କ୍ରିନିଂକୁ ବାଧ୍ୟତାମୂଳକ କରାଯାଇଛି । ପ୍ରବେଶ ଓ ପ୍ରସ୍ଥାନ ପଥରେ  ସାନିଟାଇଜର ରହିବ ।  ସେବକ, ସୁରକ୍ଷାକର୍ମୀଙ୍କ କୋଭିଡ ଟେଷ୍ଟକୁ ବାଧ୍ୟତାମୂଳକ କରାଯାଇଛି ।