କନକ ବ୍ୟୁରୋ: ଆଜି କଟକ ତାଳଦଣ୍ଡା କେନାଲ ପ୍ରଶସ୍ତିକରଣ କାମର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଣିକି କଟକ ଏସସିବି ମେଡିକାଲକୁ ଯିବାଆସିବା ଆହୁରି ସହଜ ହୋଇଯିବ । ଏହି କାର୍ଯ୍ୟରେ ସହଯୋଗ କରିଥିବାରୁ କଟକସହରବାସୀଙ୍କୁ ପ୍ରଶଂସା କରିଛନ୍ତି ନବୀନ ।
ଆଗକୁ ତାଳଦଣ୍ଡା କେନାଲରେ ୱାଟର ସ୍ପୋର୍ଟସ ହେବାର କାର୍ଯ୍ୟକ୍ରମ ରହିଛି ବୋଲି ସେ ସୂଚନା ଦେଇଛନ୍ତି । ତାଳଦଣ୍ଡା କେନାଲ ପ୍ରଶସ୍ତିକରଣ ଯୋଜନା ନେଇ ଗତ ଜାନୁଆରୀ ମାସରେ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ଆଜିର ଉଦଘାଟନୀ କାର୍ଯ୍ୟକ୍ରମରେ କଟକ ଜିଲ୍ଲାପାଳ, ସିଏମସି କମିଶନର, କଟକ ଚୌଦ୍ୱାର ବିଧାୟକ ଉପସ୍ଥିତ ଥିବା ବେଳେ ମୁଖ୍ୟମନ୍ତ୍ରୀ ଭିଡିଓ କନଫେରେନ୍ସିଂ ମାଧ୍ୟମରେ ଉଦଘାଟନ କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/Capture-11.jpg)